କଳାହାଣ୍ଡି: ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳର ଚାଷୀଙ୍କ ରବିଧାନ ପଞ୍ଜିକରଣ ଦାବି । କଳାହାଣ୍ଡି କୋକସରା ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ । ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟତ ଠପ । ସକାଳ ୬ଟାରୁ ରାସ୍ତା ଅବରୋଧ କରିଛନ୍ତି କୋକସରା ଧର୍ମଗଡ ଅଞ୍ଚଳର ୧୫ ହଜାର ଚାଷୀଙ୍କ ରବି ଧାନ କିଣା ପାଇଁ ପଞ୍ଜିକରଣ ହୋଇପାରୁନାହିଁ । ରବି ଧାନ କିଣା ପାଇଁ ପଞ୍ଜିକରଣ ହୋଇପାରୁନାହିଁ । ରବି ଧାନ କିଣା ପାଇଁ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ବହୁବାର କଳାହାଣ୍ଡି ଜିଲ୍ଲାର ଜନ ପ୍ରତିନିଧି ଓ ଚାଷି ପ୍ରତିନିଧ ଦଳ ରାଜ୍ୟସରକାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏହା ସତ୍ତତ୍ତ୍ୱ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଚାଷିଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବା ସହ ଆନ୍ଦଳନର ରୂପ ନେଇଛି ।










