32.1 C
Bhubaneswar
Wednesday, May 6, 2026
Homeଓଡିଶାକେନ୍ଦୁଝରରେ ହାତୀକୁ ଚଡାଇ ଜେଲ ଗଲେ ୩ ଅଭିଯୁକ୍ତ

କେନ୍ଦୁଝରରେ ହାତୀକୁ ଚଡାଇ ଜେଲ ଗଲେ ୩ ଅଭିଯୁକ୍ତ

କେନ୍ଦୁଝର: କେନ୍ଦୁଝରରେ ହାତୀକୁ ଚିଡେଇ ଜେଲ ଗଲେ ଅଭିଯୁକ୍ତ । ବାଡିରେ ମାରିବା ସହ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ । କେନ୍ଦୁଝରର ଘଟଗାଁ ଓ ହରିଚନ୍ଦନପୁର ଅଞ୍ଚଳର ୩ ଜଣ ଯୁବକ ଜେଲ ଯାଇଛନ୍ତି । ହାତୀକୁ ଚିଡାଇବା ଏବଂ ଭିଡିଓ ଉତ୍ତୋଳନ କରିବା ଏବଂ ବନ୍ୟପ୍ରାଣୀ ହଇରାଣ ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି । ଏହା ସେମାନଙ୍କ ନିଜ ଜୀବନ ପାଇଁ ମଧ୍ୟ ବିପଦପୂର୍ଣ୍ଣ ଥିଲା । ଏପରି ଅବହେଳା ଏବଂ ଦାୟିତ୍ୱହୀନ ବ୍ୟବହାର ଯୋଗୁଁ ଜାବନ ନଷ୍ଟ ହେଉଛି । ଗିରଫ ୩ ଜଣ ହେଲେ ଘଟଣା ଘୁଣ୍ଟୁଝରୀ ଗାଁର ଦୀପକ ମହାକୁଡ, ଚିନାମାଲିପୋସିର ଦୁଷ୍ମନ୍ତ ବେହେରା ଓ ବଡସିଆଡିମାଳର ଆକାଶ କୁମାର ମହାନ୍ତି । ଗୋଟିଏ ଡ୍ରୋନ , ଚାରୋଟି ମୋବାଇଲ ଫୋନ ଏବଂ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି । ସେମାନଙ୍କୁ ଆଜି କୋର୍ଟକୁ ପଠାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking