33.1 C
Bhubaneswar
Sunday, September 6, 2026
Homeଓଡିଶାବଡ଼ ବର୍ଷା ଆଶଙ୍କା !

ବଡ଼ ବର୍ଷା ଆଶଙ୍କା !

ଭୁବନେଶ୍ୱର: ଓଡ଼ିଶାରେ ପୁଣି ବଢ଼ିବ ବର୍ଷା। ସେଣ୍ଟ୍ରାଲ ଇଣ୍ଡିଆ ଆଡ଼କୁ ଯାଇଥିବା ଘୂର୍ଣ୍ଣିବଳୟ ଏବେ ପୁଣି ଉତ୍ତର ଓଡ଼ିଶା ଆଡ଼କୁ ଫେରୁଥିବା ସୂଚନା ମିଳିଛି। ଏହାର ପ୍ରଭାବରେ୮ ତାରିଖରୁ ୧୧ ତାରିଖ ମଧ୍ୟରେ ବର୍ଷା ହେବ। ଉତ୍ତର ଓ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷିବ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୯ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ୮ରୁ ୧୧ ତାରିଖ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୯ ତାରିଖରେ ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ୧୦ ତାରିଖରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ୧୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହାରି ମଧ୍ୟରେ ଦକ୍ଷିଣ ଚାଇନା ସାଗର ଅଞ୍ଚଳରୁ ଆଉ ଏକ ପାଣିପାଗ ସିଷ୍ଟମ ଆସୁଥିବା କୁହାଯାଉଛି। ଏହି ସିଷ୍ଟମର ଗତିବିଧି ଏବେ ଜଟିଳ ରହିଛି। ୧୩ରୁ ୧୪ ତାରିଖ ଆଡ଼କୁ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ଲଘୁଚାପ ଏବଂ ଅଧିକ ଘନୀଭୂତ ହେଲେ ଡିପ୍ରେସନ୍ କିମ୍ବା ଡିପ୍ ଡିପ୍ରେସନ୍ ରୂପ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି।

​​​​​​​

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking