ଜଗତସିଂହପୁର: : ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜକୋଟି ବଳରାମପୁର ଗାଁରେ ଅଭାବନୀୟ ହତ୍ୟାକାଣ୍ଡ। ନିଶାସକ୍ତ ଅବସ୍ଥାରେ ସ୍ୱାମୀ ତେଣ୍ଟାରେ ଭୁସି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଜଗତସିଂହପୁର ହସ୍ପିଟାଲକୁ ପଠାଇଛି। ଘଟଣାରେ ଅଭିଯୁକ୍ତ ସ୍ୱାମୀ ବାଦଲ ସ୍ୱାଇଁଙ୍କୁ ପୁଲିସ ଗିରଫ କରିଛି। ତାଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରିଥି। ସ୍ତ୍ରୀ ପୁଷ୍ପାଳତାଙ୍କୁ ମଦ ପିଇବା ପାଇଁ ସୁଭଦ୍ରା ଟଙ୍କା ମାଗିଥିଲା ବାଦଲ । ହେଲେ ସେ ଟଙ୍କା ଦେବାକୁ ରାଜି ନହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ବାଦଲ ତାଙ୍କୁ ତେଣ୍ଟାରେ ଭୁସି ହତ୍ୟା କରିଥିବାର ପୁଲିସ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି।










