33.1 C
Bhubaneswar
Friday, October 2, 2026
Homeଓଡିଶାକେନ୍ଦୁଝର ଖଣି ଯାନ୍ତ୍ରିକ ବିଦ୍ୟାଳୟ ଛାତ୍ର ଆବାସରେ ଅଶାନ୍ତି

କେନ୍ଦୁଝର ଖଣି ଯାନ୍ତ୍ରିକ ବିଦ୍ୟାଳୟ ଛାତ୍ର ଆବାସରେ ଅଶାନ୍ତି

କେନ୍ଦୁଝର: କେନ୍ଦୁଝର ଖଣି ଯାନ୍ତ୍ରିକ ବିଦ୍ୟାଳୟ ଛାତ୍ର ଆବାସରେ ଛାତ୍ର ଅଶାନ୍ତିକୁ ନେଇ ଉତ୍ତେଜନା ଦେଖାଦେଇଛି। ତୃତୀୟ ବର୍ଷର କିଛି ଛାତ୍ରଙ୍କ ସହ ଦ୍ୱିତୀୟ ବର୍ଷର ଛାତ୍ରଙ୍କ ବଚସା ପରେ ମାରପିଟ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଗତକାଲି ଛାତ୍ର ଆବାସରେ ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କ ସହ ତୃତୀୟ ବର୍ଷର କିଛି ଛାତ୍ରଙ୍କ ମଧ୍ୟରେ ମଦ୍ୟପାନକୁ ନେଇ ବଚସା ହୋଇଥିଲା। ପ୍ରଥମେ କଥା କଟାକଟିରୁ ଆରମ୍ଭ ହୋଇଥିବା ବିବାଦ ପରବର୍ତ୍ତୀ ସମୟରେ ମାରପିଟର ରୂପ ନେଇଥିବା ଅଭିଯୋଗ ରହିଛି।ମାରପିଟରେ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡ଼ିଛି। ଘଟଣା ପରେ ଛାତ୍ର ଆବାସ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଣି କୌଣସି ଅପ୍ରୀତିକର ପରିସ୍ଥିତି ନଘଟିବା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking