କୁଜଙ୍ଗ: କମ୍ପାନୀରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ନୁଆଁ ଗାଁ ବାଲିତୁଠ ମଝି ରାସ୍ତାରେ ଜଣେ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହୋଇଥିବାର ଖବର ମିଳିଛି। ଏଥିରେ ସେ ପ୍ରାଣ ବି ହରାଇଛନ୍ତି। ମୃତକ ହେଲେ ଅମର ପରିଡ଼ାଙ୍କ ଝିଅ ବାପି ପରିଡ଼ା।ବାପି ଦୁର୍ଘଟଣା ପରେ ବରିହାଡିଆ ରାସ୍ତାରେ ପଡ଼ିଥିଲେ। ଆମ୍ବୁଲାନ୍ସରେ ତାଙ୍କୁ କୁଜଙ୍ଗ ମେଡିକାଲକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହ ଏବେ କୁଜଙ୍ଗ ମେଡିକାଲରେ ରହିଛି।










