29.1 C
Bhubaneswar
Monday, May 4, 2026
Homeଓଡିଶାଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୁବର୍ଣ୍ଣପୁର ଗସ୍ତ: ସହରାଂଚଳ ଉନ୍ନୟନ...

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୁବର୍ଣ୍ଣପୁର ଗସ୍ତ: ସହରାଂଚଳ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ ନୂତନ ପ୍ରକଳ୍ପର ଶୁଭାରମ୍ଭ

ସୁବର୍ଣ୍ଣପୁର : ଓଡିଶା ସରକାରଙ୍କ ଗୃହ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନା କକ୍ଷରେ ସୋନପୁର ପୌର ପରିଷଦ ସହ ବିନିକା ଓ ତରଭା ଏନଏସିରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ପୂଙ୍ଖାନୁପୂଙ୍ଖ ସମୀକ୍ଷା କରିଥିଲେ। ସହରର ପରିମଳ ବ୍ୟବସ୍ଥା ର ସମୀକ୍ଷା କରିବା ସହିତ ସୋନପୁର ସହରର ସମସ୍ତ ଡ୍ରେନ୍ ନିୟମିତ ସଫା କରିବା ଓ ସଠିକ୍ ପରିମଳ ବ୍ୟବସ୍ଥା ସୁଚାରୁ ରୂପରେ ନିର୍ବାହ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝିଙ୍କୁ କହିଥିଲେ। ପୁରୁଣା ଡ୍ରେନ୍ ମରାମତି ସହ ଯୋଜନାବଦ୍ଧ ଭାବେ ନୂତନ ଡ୍ରେନ୍ ନିର୍ମାଣ ଉପରେ ମଧ୍ୟ ଜୋର ଦିଆଯାଇଥିଲା।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଚଳ ଥଣ୍ଡା ପାନୀୟ ଜଳ ପ୍ରକଳ୍ପଗୁଡିକୁ ଶୀଘ୍ର ମରାମତି କରିବା ସହ ପାନୀୟ ଜଳ, ପଥ ନିର୍ମାଣ, ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସତର୍କ କରିଥିଲେ। ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସମାପ୍ତ କରିବା ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲୁଥିବା କାର୍ଯ୍ୟଗୁଡିକୁ ଗତିଶୀଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଅଧିବାସୀଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ସହ ସହରାଂଚଳର ସ୍ୱଚ୍ଛତା ଓ ବସ୍ତି ଅଞ୍ଚଳର ଉନ୍ନତିକୁ ଗୁରୁତ୍ୱ ଦେବାକୁ ମଧ୍ୟ ସେ କହିଥିଲେ । ଏହା ପରେ ସୋନପୁର ପୌର ପରିଷଦର ବିଭିନ୍ନ ପ୍ରକଳ୍ପଗୁଡିକର ଶିଳାନ୍ୟାସ କରିଥିଲେ ମାନ୍ୟବର ମନ୍ତ୍ରୀ। ପୌର ପରିଷଦ କାର୍ଯାଳୟ କୋଠା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ରୟାଲ ପଡିଆ ଗ୍ୟାଲାରୀ ନିର୍ମାଣ, ଅଟଳ ବିହାରୀ ବାଜପାୟୀ ପାର୍କ ନିର୍ମାଣ, ୱାର୍ଡ ନମ୍ବର ୧୪ରେ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଓ ଗୋପାଳଜୀ ସେବା ସଦନ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ଶିଳାନ୍ୟାସ କରିଥିଲେ।

ପରେ ବୀରମହାରାଜପୁରରେ ମନ୍ତ୍ରୀ ଡ. ମହାପାତ୍ର ୨୦ ଲକ୍ଷର ପ୍ରକଳ୍ପ ରଜା ବନ୍ଧର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଭୂମିପୂଜନ କରିବା ସହ ବିଜ୍ଞାପିତ ଅଞ୍ଚଳ ପରିଷଦର ଅସ୍ଥାୟୀ କାର୍ଯ୍ୟାଳୟ ଭାବରେ ଚମ୍ପମାଲ ଗ୍ରାମପଞ୍ଚାୟତ କାର୍ଯାଳୟକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ଜିଲ୍ଲାପାଳ ଡ. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ ଓ ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ କହିଥିଲେ ଯେ ବୀରମହାରାଜପୁରକୁ ବିଜ୍ଞାପିତ ଅଞ୍ଚଳ ଭାବେ ଗଢ଼ିଉଠାଇବାରେ ସମସ୍ତଙ୍କ ପ୍ରୟାସ ରହିଥିଲା। ନୂତନ ସ୍ଥାୟୀ ବିଜ୍ଞାପିତ ଅଞ୍ଚଳ ଭବନ ପାଇଁ ୬ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ପୂର୍ବରୁ ରାସ୍ତା ଆଲୋକ ପାଇଁ ୫୦ ଲକ୍ଷ, ରାସ୍ତା ଓ ଡ୍ରେନେଜ ପାଇଁ ୫୦ ଲକ୍ଷ ଏବଂ ପରିଚ୍ଛନ୍ନତା ପାଇଁ ୫୦ ଲକ୍ଷ ଟଙ୍କା ଦିଆଯାଇଛି। ଆଗାମୀ ଦିନରେ ନାଳା, ପିଇବା ପାଣି ଓ ପାର୍କ ସହିତ ଆବଶ୍ୟକ ସୁବିଧା ବିକାଶ କରି ସମଗ୍ର ଅଞ୍ଚଳର ଉନ୍ନତି ନିଶ୍ଚିତ କରିବାକୁ ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking