30.1 C
Bhubaneswar
Monday, September 14, 2026
Homeଓଡିଶାପୁଣି ସାମନାକୁ ଆସିଲା ଏଆଇ କୁମ୍ଭୀର: ଡିଏଫଓଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

ପୁଣି ସାମନାକୁ ଆସିଲା ଏଆଇ କୁମ୍ଭୀର: ଡିଏଫଓଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

କୋରାପୁଟ: ପୁଣି ସାମନାକୁ ଆସିଲା ଏଆଇ କୁମ୍ଭୀର। କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଡିଏଫଓ । କୋରାପୁଟ ଜିଲ୍ଲା ପରେ ଏବେ ମାଲକାନଗିରି ଜିଲ୍ଲାରେ ସାମନାକୁ ଆସିଲା ଏଆଇ କୁମ୍ଭୀର । ସତିଗୁଡ଼ା ଜଳ ଭଣ୍ଡାରରେ ୩ଟି କୁମ୍ଭୀର ଓ ତାମସା ନଈରେ ଗୋଟିଏ କୁମ୍ଭୀର ଥିବା ଏଆଇ ପ୍ରସ୍ତୁତ ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ତେବେ ଏହାକୁ ନେଇ ଲୋକେ ଆତଙ୍କିତ ନ ହବା ଲାଗି ମାଲକାନଗିରି ଡିଏଫଓ ପରାମର୍ଶ ଦେଇ ଥିବା ବେଳେ ଯେଉଁମାନେ ଏପରି ବିଭ୍ରାନ୍ତକାରୀ ଫଟୋ ପୋଷ୍ଟ କରି ଲୋକଙ୍କୁ ଆତଙ୍କିତ କରୁଛନ୍ତି, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ମାଲକାନଗିରି ଡିଏଫଓ। ପୂର୍ବରୁ କୋରାପୁଟ ଜିଲ୍ଲା ୟଜପରୁ ବ୍ଲକ ଅନ୍ତର୍ଗତ ବଡପଡା ଗାଁରେ ୧୦ ଫୁଟିଆ କୁମ୍ଭୀର ବୁଲୁ ଥିବା ଫଟୋ ଭାଇରାଲ କରି ୨ ଭାଇ ଗିରଫ ହୋଇ ଥିଲେ। ତେବେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହି ଫଟୋ ଭାଇରାଲ କରି ଥିବା ଅଭିଯୁକ୍ତ କୁ ଖୋଜୁଛି ବନ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking