29.1 C
Bhubaneswar
Thursday, April 23, 2026
Homeଓଡିଶାଯୁବକଙ୍କୁ ପଥରରେ ଛେଚି ହତ୍ୟା

ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଅନୁଗୁଳ: ଯୁବକଙ୍କୁ ପଥରରେ ଛେଚି ହତ୍ୟା। ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଧୀନ ସାନସନ୍ତରାବନ୍ଧ ଗାଁରେ ଏଭଳି କିଛି  ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଯୁବକଙ୍କ ବେକରେ ଗାମୁଛା ବାନ୍ଧିବା ସହ ତାଙ୍କ ମୁହଁକୁ ପଥରରେ ଛେଚି ହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ହତ୍ୟାର ପ୍ରକୃତ କାରଣ କ’ଣ, ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବର୍ତ୍ତମାନ ଏହି ହତ୍ୟାକାଣ୍ଡର କାରଣ ଏବଂ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସର ତନାଘନା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking