29.1 C
Bhubaneswar
Saturday, May 16, 2026
Homeଓଡିଶାଝିଆରୀକୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ଗିରଫ

ଝିଆରୀକୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ଗିରଫ

ଦେବଗଡ: ଝିଆରୀକୁ ବଳାତ୍କାର ଅଭିଯୋଗରେ କାକା ଗିରଫ । ଏଭଳି ଏକ ଅଭାବନୀୟ ତଥା କୁତ୍ସିତ ଘଟଣା ଘଟିଛି ଦେବଗଡ ଜିଲ୍ଲାର ବାରକୋଟ ଥାନ ଅଂଚଳରେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାରକୋଟ ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମରେ ୧୮ ବର୍ଷର ଜଣେ ଯୁବତୀ ନିଜ କାକା ଘରେ ଅନ୍ୟ ଭଉଣୀମାନଙ୍କ ସହିତ ଗୋଟିଏ କୋଠରୀରେ ଶୋଇଥିଲେ । ତାଙ୍କ କାକା ଅଜିତ ମୁଣ୍ଡା ରାତି ପ୍ରାୟ ୧୨ଟା ସମୟରେ ଝିଆରୀଙ୍କୁ ନିଦରୁ ଉଠାଇ ବଳାତ୍କାର କରିଥିଲେ । ଏଥିସହ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ । ପରେ ପୀଡିତା ଜଣଙ୍କ ଘଟଣା ସମ୍ପର୍କରେ ମାଙ୍କୁ ଜଣାଇଥିଲେ । ମାତ୍ର ଅଭିଯୁକ୍ତ କାକା ନିଜେ ଘଟଣା ସମ୍ପର୍କରେ ଅନ୍ୟମାନଙ୍କୁ କହି ବୁଲିବା ସହ ଝିଆରୀଙ୍କୁ ବଦନାମ କରୁଥିଲେ । ଫଳରେ ପୀଡିତା ଜଣକ ବାଧ୍ୟହୋଇ ଗତ ୧୪ ତାରିଖରେ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବାରକୋଟ ଥାନା ପୋଲିସ ଅଭିଯୁକ୍ତ କାକା ଅଜିତ ବିରୁଦ୍ଧରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଗୁରୁବାର ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ଅଜିତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking