ଭୁବନେଶ୍ୱର: ବିଜୁ ଶ୍ରାଦ୍ଧ ଦିବସରେ ପରୋକ୍ଷରେ ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ରାଜନୀତିରେ କିଛି ଲୋକ ସବୁବେଳେ ବିଶ୍ୱାସଘାତକତା ଭୂମିକାରେ ଖୁସି ହୁଅନ୍ତି । କୌଣସି ମୁଖା ବେଶୀ ଦିନ ଯାଏଁ ସେମାନଙ୍କର ପାପକୁ ଲୁଚାଇ ପାରିବନି । ଲୋକମାନେ ଜାଣନ୍ତି କିଏ କଣ ବୋଲି ଏଭଳି କିଛି କହିଛନ୍ତି, ନବୀନ ପଟ୍ଟନାୟକ । ଓଡିଶା କ୍ରମାଗତ କେନ୍ଦ୍ର ଦ୍ୱାରା ଅବହେଳାର ଶିକାର ହୋଇ ଆସିଛି । ଡିଲିମିଟେସନ ବିଲ ରାଜନୈତିକ ପରିଚୟକୁ ନେଇ ବଡ ପ୍ରଶ୍ନ ସୃଷ୍ଟି କରିଛନ୍ତି । ଓଡିଆ ସ୍ୱାଭିମାନ ଆଜି ବିପଦରେ, ସମସ୍ତଙ୍କୁ ଏକାଠି ଲଢିବାକୁ ପଡିବ । ସଂଯୋଗବଶତଃ ବିଜୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ମହିଳା ସଂରକ୍ଷଣ ବିଲ ଆଲୋଚନା ହେଉଛି । ବିଜେଡି ମହିଳା ସଶକ୍ତୀକରଣରେ ଦୃଢ ବିଶ୍ୱାସ କରେ । ମହିଳା ସଂରକ୍ଷଣ ବିଲ ପ୍ରତି ବିଜେଡି ସମର୍ଥନ ଜଣାଇବ ବୋଲି କହିଛନ୍ତି ନବୀନ ।










