36.1 C
Bhubaneswar
Saturday, May 30, 2026
Homeଓଡିଶାରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୩ ଜୀବନ । ଶନିବାର ସଂଧ୍ୟାରେ ଫାୟାର ଷ୍ଟେସନ ଓଭର ବ୍ରିଜ୍ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଗୋଟିଏ ବାଇକ୍ ଏବଂ ଦୁଇଟି ସ୍କୁଟିକୁ ଟ୍ରକ୍ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ୍‌ଟି ଦ୍ରୁତଗତିରେ ଆସୁଥିବା ବେଳେ ସାମ୍ନାରେ ଥିବା ବାଇକ୍ ଓ ସ୍କୁଟିଗୁଡ଼ିକୁ ପଛରୁ ଧକ୍କା ଦେଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ଜଣାପଡ଼ିଛି, ସେ ହେଉଛନ୍ତି ୨୬ ବର୍ଷୀୟା ବର୍ଷା ରାଣୀ ବେହେରା ।ବରୀ ବ୍ଲକର ପୂର୍ବତନ ଅଧ୍ୟକ୍ଷା ଭାରତୀ ବେହେରାଙ୍କ ଝିଅ ବର୍ଷାରାଣୀ ଅଫିସରୁ ଡୁମଡମାସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତେବେ ଅନ୍ୟ ୨ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏହି ଘଟଣାରେ ଗୁରୁତର ଅବସ୍ଥାରେ ଜଣେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ନାଁ ସୁରେନ୍ଦ୍ର ନାଥ ଦାସ । ଦୁର୍ଘଟଣା ପରେ ଜୟଦେବ ବିହାରରୁ ବରମୁଣ୍ଡା ଯାଏଁ ପ୍ରବଳ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking