33.1 C
Bhubaneswar
Saturday, May 30, 2026
Homeଓଡିଶାଆଜି ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲରେ ଶୁଣାଣି

ଆଜି ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲରେ ଶୁଣାଣି

ଭୁବନେଶ୍ୱର: ଆଜି ମହାନଦୀ ଜଳ  ବିବାଦର ଟ୍ରିବ୍ୟୁନାଲରେ ଶୁଣାଣି ହେବ । ତେବେ ଆଜି ଶୁଣାଣି  ଥିବା ବେଳେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଏକ ବାଲି ସତ୍ୟାଗ୍ରହ  ଆୟୋଜନ ହେବ । କଟକର ଯୋବ୍ରା ଆନିକଟ ତଳେ ନଦୀର ବାଲୁକା ଶଯ୍ୟାରେ ଅପରାହ୍ଣ ୪ଟାରେ ଏହି  ବାଲି ସତ୍ୟାଗ୍ରହ ଅନୁଷ୍ଠିତ ହେବ ।  ଭାରତରେ ଜଳ ମାନବ ଭାବରେ  ପରିଚିତ ମାଗାସେସେ ପୁରସ୍କାର  ବିଜେତା ଡ. ରାଜେନ୍ଦ୍ର ସିଂ ଏହି  କାର୍ଯ୍ୟକ୍ରମରେ ଯୋଗ ଦେବେ ।ତେବେ  ଗତ ୨ ତାରିଖରେ ଶୁଣାଣି ବେଳେ  ଟ୍ରିବ୍ୟୁନାଲରେ ଦାଖଲ ହୋଇଥିବା  ତଥ୍ୟ ବିଭ୍ରାନ୍ତିକର କର ଅଭିଯୋଗ  କରି ମହାନଦୀ ବଞ୍ଚାଓ ଆନ୍ଦୋଳନ  ପକ୍ଷରୁ ଏହି ପ୍ରତିବାଦ କରାଯିବ  ବୋଲି ଡ. ବିକାଶ ଦାସ ସୂଚନା  ଦେଇଛନ୍ତି । କଟକ ସଦର ବିକାଶ  ମଞ୍ଚର ସଦସ୍ୟମାନେ ଏଥିରେ  ସହଯୋଗ କରିବେ ବୋଲି  କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking