32.1 C
Bhubaneswar
Sunday, May 10, 2026
Homeଦେଶ ବିଦେଶତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

ଚେନ୍ନାଇ: ଶପଥ ନେଲେ ବିଜୟ ଥାଲାପତି । ମୁଖ୍ୟମନ୍ତ୍ରୀ ଭାବେ ନେହେରୁ ଷ୍ଟାଡିୟମରେ ଶପଥ ନେଲେ ବିଜୟ । ତାମିଲନାଡୁରେ ଏବେ ବିଜୟ ସରକାର । ୫ ଦିନର କସରତ ପରେ ଥାଲାପତି ବିଜୟ ଶେଷରେ ସଂଖ୍ୟା ଖେଳରେ ବହୁମତ ଦେଖାଇ ବିଜୟ ଲାଭ କରିଛନ୍ତି । ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଲେ ରାଜ୍ୟପାଳ । ବିଜୟଙ୍କ ଦଳ ଟିଭିକେ ବହୁମତ ସଂଖ୍ୟା ହାସଲ କରିବା ପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଅନୁମତି ଦେଇଥିଲେ । ଆଜି ସକାଳ ୧୦ଟାରେ ଚେନ୍ନାଇର ନେହରୁ ଷ୍ଟାଡିୟମରେ ୧୯୬୭ ମସିହା ପରେ ବିଜୟ ପ୍ରଥମ ଅଣଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଟିଭିକେକୁ ଗତକାଲି ଟିଏମକେ ସହଯୋଗୀ ଭିସିକେ ଏବଂ ଆଇୟୁଏମଏଲ ସମର୍ଥନ ଦେବା ପରେ ଏହାର ସଂଖ୍ୟା ୧୨୦ରେ ପହଞ୍ଚିଛି । ସଂଖ୍ୟା ଗରିଷ୍ଠତା ହାସଲ ପରେ ବିଜୟ ତାଙ୍କ ଦଳର ବରିଷ୍ଠ ନେତାମାନଙ୍କ ସହ ମିଶି ଗତାକଲି ଚତୁର୍ଥ ଥର ପାଇଁ ରାଜ୍ୟପାଳଙ୍କୁ ଭେଟି ୧୨୦ ବିଧାୟକଙ୍କ ସଂର୍ଥନପତ୍ର ଦେଇଥିଲେ ଏବଂ ରାଜ୍ୟପାଳ ଏହାକୁ ଗ୍ରହଣ କରି ବିଜୟଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking