30.1 C
Bhubaneswar
Friday, May 15, 2026
Homeଓଡିଶାକେନ୍ଦ୍ର ସରକାରଙ୍କର ବିଫଳତା ଯୋଗୁଁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଯୋଗାଣର ଘୋର ଅଭାବ ଦେଖାଦେଇଛି-କଂଗ୍ରେସ

କେନ୍ଦ୍ର ସରକାରଙ୍କର ବିଫଳତା ଯୋଗୁଁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଯୋଗାଣର ଘୋର ଅଭାବ ଦେଖାଦେଇଛି-କଂଗ୍ରେସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କୁ ସଂଯମତା ଅବଲମ୍ବନ ଉପଦେଶ ଦେବା ପରେ ଉପୁଜିଥିବା ତୈଳ ଓ ଗ୍ଯାସ ସଙ୍କଟ ପାଇଁ ଆଜି ସାଧାରଣ ଲୋକେ ନୋଟବନ୍ଦୀ ଭଳି ପେଟ୍ରୋଲ ପମ୍ପ ଆଗରେ ଲମ୍ବାଲାଇନ ଲଗେଇବାକୁ ବାଧ୍ଯ ହୋଇଛନ୍ତି। ଏହି ତୈଳ ସଂକଟ ଓ ଅବ୍ଯବସ୍ଥା କୁ ନେଇ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରରମ୍ଭିକ ସୂଚନା ଦେଇ ପିସିସି ଗଣମାଧ୍ୟମ ଅଧ୍ଯକ୍ଷ ଅରବିନ୍ଦ ଦାସ କହିଲେ ଯେ ବିଜେପି ସରକାର ଏକ ମିଛୁଆ ସରକାର ବଲି ସମସ୍ତେ ଜାଣନ୍ତି। ଗତକାଲି ବିସ୍ଥାପିତ ଙ୍କ ରଣହୁଙ୍କାର ସମାବେଶ ରେ ପିସିସି ସଭାପତି ଭକ୍ତ ଚରଣ ଦାସ ଭାଷଣ ଦେଉଥିବା ବେଳେ ଖାଲି ଚୌକି କୁ ଦେଖାଇ ବିଜେପି ସୋସିଆଲ ମିଡିଆରେ ଭାଇରାଲ କରି ଭିଡ ନଥିବା ଦର୍ଶାଇଥିଲା। ଯାହା ସଂପୂର୍ଣ୍ଣ ଭାବରେ ହାସ୍ଯାସ୍ପଦ ଓ ଲଜ୍ଯାଜନକ। କାରଣ ପ୍ରଚଣ୍ଡ ଖରା ଯୋଗୁଁ ସଭାସ୍ଥଳର ଦୁଇ କଡରେ ଥିବା ଗଛ ତଳେ ହଜାର ହଜାର ସଂଖ୍ଯାରେ ଲୋକ ଜମାଥିଲେ। ବର୍ତମାନ ତୈଳ ସଂକଟକୁ ନେଇ ସରକାରଙ୍କ ମିଛ ପଦାରେ ପଡିଛି ବିଭାଗୀୟ ମନ୍ତ୍ରୀ ତୈଳ ର ଅଭାବ ନାହିଁ ବୋଲି କହୁଥିବା ବେଳେ ଲୋକଙ୍କୁ ଲମ୍ବାଲାଇନରେ କାହିଁକି ଛିଡାହୋଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଲେ ଯେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶର ଏଭଳି ପରିସ୍ଥିତି ବାବଦରେ ସଂପୂର୍ଣ୍ଣ ଜାଣି ମଧ୍ୟ କାହିଁକି ଦେଶବାସୀଙ୍କୁ ନିର୍ବାଚନର ବହୁ ପୂର୍ବରୁ ଜଣାଇ ନଥିଲେ । ନିର୍ବାଚନ ସରିବା ଓ ଭୋଟ ପାଇସାରିବା ପରେ ଏକଥା କ’ଣ ମନେ ପଡ଼ିଲାକି ବୋଲି ସେ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉପସାଗରୀୟ ଯୁଦ୍ଧ ଫେବୃଆରୀ ମାସ ୨୮ ତାରିଖରୁ ଆରମ୍ଭ ହେଲାଣି କିନ୍ତୁ ଏଭଳି ପରିସ୍ଥିତି ବାବଦରେ କଂଗ୍ରେସର ବରିଷ୍ଠ ନେତୃବର୍ଗ ସରକାରଙ୍କୁ ସୂଚାଇଥିଲା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣ ନିରବ ରହିବା ଏହା ଜନସାଧାରଣଙ୍କ ପ୍ରତି ତାଙ୍କର ଉତ୍ତର ଦାୟୀତ୍ୱର ସଂପୂର୍ଣ୍ଣ ଅବହେଳା । ଏହି ଦୀର୍ଘ ୧୦ ବର୍ଷ ଭିତରେ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଉପରୁ ସେଣ୍ଟ୍ରାଲ ଓ ଏକସାଇଜ ଯୋଗୁଁ ୪୩ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତିିି । ଏପରିକି କେନ୍ଦ୍ର ସରକାର ତୈଳ କମ୍ପାନୀମାନଙ୍କ ଠାରୁ ଯେଉଁ ଡିଭିଡେଣ୍ଡ ଓ ଅନ୍ୟାନ୍ୟ ଆୟ କରୁଛନ୍ତି ସମସ୍ତ ଆୟକୁ ମିଶାଇଦେଲେ ୪୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି । କିନ୍ତୁ ଏଭଳି ଜଟିଳ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଦାମ ବୃଦ୍ଧି କରିବା ବେଡ଼ି ଉପରେ କୋରଡ଼ା ସଦୃଶ । ୨୦୧୪ ମସିହାରେ ଯେତେବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ପେଟ୍ରୋଲ ବ୍ୟାରେଲ ପିଛା ୧୧୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଥିଲା ବେଳେ ସେତେବେଳର ମନମୋହନ ସିଂହ ସରକାର ୫୮ ଟଙ୍କାରେ ପେଟ୍ରୋଲ ଓ ୫୨ ଟଙ୍କାରେ ଡିଜେଲ ମିଳୁଥିଲା । କିନ୍ତୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କା ଆୟ କଲାପରେ ମଧ୍ୟ କେନ୍ଦ୍ର ସରକାର ଲୋକମାନଙ୍କ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ପେଟ୍ରୋଲ ଓ ଡିଜେଲର ଦାମକୁ ବୃଦ୍ଧି କରିବା ଅତ୍ୟନ୍ତ ଦୁଃଖର କଥା । କେନ୍ଦ୍ର ସରକାର ୨୦୧୪ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ୨୪୮ ପ୍ରତିଶତର ସେଣ୍ଟ୍ରାଲ ଏକସାଇଜ ପେଟ୍ରୋଲ ଓ ଡିଜେଲ ଉପରେ ବୃଦ୍ଧି କରିଛନ୍ତି । କଂଗ୍ରେସ ସରକାର ସମୟରେ ଗୋଟେ ଲିଟର ପେଟ୍ରୋଲ ଓ ଡିଜେଲରୁ ୯ ଟଙ୍କା ୪୮ ପଇସା ସେଣ୍ଟ୍ରାଲ ଏକସାଇଜ ଆୟ କରୁଥିଲା ବେଳେ ମୋଦି ସରକାର ୩୨ ଟଙ୍କା ୯୦ ପଇସା ଆୟ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଦୀର୍ଘ ୧୨ ବର୍ଷ ଭିତରେ କେନ୍ଦ୍ର ସରକାର ଜରୁରୀ ପରିସ୍ଥିତି ପାଇଁ ତୈଳ ଗଚ୍ଛିତ ରଖିବା ପାଇଁ ଏକଟଙ୍କା ଖର୍ଚ୍ଚ କରିନାହାନ୍ତି କିନ୍ତୁ ମନମୋହନ ସିଂହଙ୍କ ସରକାର ସମୟରେ ଦେଶର ଜରୁରୀ ପରିସ୍ଥିତି ପାଇଁ ୬୦ ଦିନର ତୈଳ ଗଛିତ ରଖିବା ପାଇଁ ବ୍ୟବସ୍ଥା କରିଥିଲେ । ୨୦୧୪ ମସିହାରେ ଆମେ ଆବଶ୍ୟକତାର ୭୭.୬ ପ୍ରତିଶତ କଞ୍ଚାତେଲ ଆମଦାନୀ କରୁଥିଲୁ କିନ୍ତୁ ୨୦୨୬ ମସିହା ବେଳକୁ ଆମେ ୮୮.୬ ପ୍ରତିଶତ କଞ୍ଚାତେଲ ଆମଦାନୀ କରୁଛୁ ଅର୍ଥାତ ୧୧ ପ୍ରତିଶତ ଅଧିକ ଆମଦାନୀ କରୁଛୁ କିନ୍ତ ନିଜର ତୈଳ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରୁନାହୁଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ରଷିଆ ଭାରତବର୍ଷକୁ ଏଭଳି ଜରୁରୀ ପରିସ୍ଥିତିରେ ତେଲ ଓ ପ୍ରାକୃତିକ ଗ୍ୟାସ ଯୋଗାଣ କରିବାପାଇଁ କହିଥିଲା ବେଳେ କାହିଁକି ଭାରତ ରଷିଆ ପାଖରୁ ତେଲ କିଣୁନାହିଁ । ଭାରତ ଭଳି ଏକ ସାର୍ବଭୌମ ଓ ଗଣତାନ୍ତ୍ରିକ ରାଷ୍ଟ୍ରର ନିଷ୍ପତ୍ତି ନିଜ ଦେଶର ସରକାର ନେବା ପରିବର୍ତ୍ତେ ଆମେରିକାର ଟ୍ରମ୍ପ ସରକାର ଆମକୁ ନିର୍ଦ୍ଦେଶ ଦେବେିକି ଆମେ କାହା ପାଖରୁ ତେଲ କିଣିବୁ ଓ କିଣିବୁ ନାହିଁ । ପ୍ରଧାନମନ୍ତ୍ରୀ ଟ୍ରମ୍ପ ସରକାରଙ୍କ ପାଖରେ ଏତେ ନତମସ୍ତକ କାହିଁକି? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତ ରଷିଆରୁ ଆବଶ୍ୟକତାର ୪୦ ପ୍ରତିଶତ ତେଲ କିଣୁଥିଲା ବେଳେ ଏବଂ ଏହାପୁଣି ଡିସକାଉଣ୍ଟେଡ ରେଟରେ ଏବଂ ଭାରତୀୟ ମୁଦ୍ରାଦେଇ କିଣୁଥିଲା ବେଳେ ଆମେରିକା ଚାପରେ ଆମେ ରଷିଆରୁ ତେଲ କିଣିବା ବନ୍ଦ କରିଛୁ କାହିଁକି? ଏହାର ଉତ୍ତର ପ୍ରଧାନମନ୍ତ୍ରୀ ରଖନ୍ତୁ । ରାଜ୍ୟର ଯୋଗାଣ ମନ୍ତ୍ରୀ ତେଲର କୌଣସି ଅଭାବ ନାହିଁ କହୁଥିଲା ବେଳେ ତେଲ ଟାଙ୍କିକୁ ତେଲ କାହିଁକି ଆସୁନାହିଁ, ଲୋକମାନେ ଲମ୍ବାଲାଇନ କାହିଁକି ଲଗାଇଛନ୍ତି ସତ କଣ । ଏ ସରକାରର ଯୋଗାଣ ବିଭାଗର ମନ୍ତ୍ରୀ ଗୋଟେ କଥା କହୁଥିବା ବେଳେ ସମବାୟ ମନ୍ତ୍ରୀ ଓଲଟା କଥା କହୁଛନ୍ତି । ଜନସାଧାରଣ ନାହିଁ ନଥିବା ହଇରାଣ ହେଉଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଶ୍ରୀ ନଗେନ୍ଦ୍ର ପ୍ରଧାନ ରାଜ୍ୟର ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ସେ ମୋଦି ସରକାରଙ୍କୁ ସଂପୂର୍ଣ୍ଣ ଦାୟୀ କରିବା ସହିତ ସେ କହିଛନ୍ତି ଆରବିଆଇ ଗଭର୍ଣ୍ଣର ସରକାରଙ୍କୁ ବହୁ ପୂର୍ବରୁ ଏଭଳି ପରିସ୍ଥିତି ବାବଦରେ ସୂଚନା ଦେଇଛନ୍ତି । କିନ୍ତୁ ସରକାର ଜାଣିଶୁଣି ସଂପୂର୍ଣ୍ଣ ଚୁପ କାହିଁକି ଥିଲେ । ନେହେରୁଙ୍କ ସମାଜବାଦ ଅର୍ଥନୀତି ଯୋଗୁଁ ଅନ୍ତର୍ଜାତୀୟ ସମ୍ପର୍କରେ ଉନ୍ନତି ଆସିଥିଲା ଏବଂ ଭାରତ ଅନେକ କ୍ଷେତ୍ରରେ ନେତୃତ୍ୱ ନେଉଥିଲା ଯାହା ଆଜି ନିରୁଦିଷ୍ଟ l ମୋଦୀ ସରକାରଙ୍କ ବାଟବଣା ନୀତି ଯୋଗୁଁ ଆଜି ଦେଶ କଷ୍ଟ ଭୋଗୁଛି ବୋଲି ଉଲ୍ଲେଖ କରିଥିଲେ l

ପିସିସି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ଯକ୍ଷ ବିଶ୍ବଜିତ ମହାନ୍ତି ସରକାରଙ୍କୁ ସମାଲୋଚନା କରି କହିଲେ କଂଗ୍ରେସ ପ୍ରଶ୍ନ କରୁନାହିଁ ତୈଳସଂଙ୍କଟ ଘଟିଛି ନା ନାହିଁ ଉପସାଗରୀୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅନ୍ତଃତ ୮୨ ଦିନ ଆଗରୁ ପ୍ରାୟ ୭୨ ଗୋଟିଦେଶ ତୈଳସଂଯମତା ପାଇଁ ନିଜଦେଶରେ ଘୋଷଣା କରି ସାରିଛନ୍ତି ତେବେ ଭାରତ ଘୋଷଣା କଲା ନାହିଁ କାହିଁକି। ଏହା ହେଉଛି ବଡ ପ୍ରଶ୍ନ କାରଣ ଏହାର ପଛରେ ସରକାର ଜାଣିଥିଲେ ତୈଳସଂଙ୍କଟ ଘନେଇ ଆସିଛି କିନ୍ତୁ ରାଜ୍ୟ ମାନଙ୍କରେ ନିର୍ବାଚନ ଥିବାଯୋଗୁଁ ସରକାର ସଂଯମତା ଘୋଷଣା କଲେ ନାହିଁ। ନିର୍ବାଚନ ସରିଲାପରେ ଓ ତୈଳ ନିଅଣ୍ଟ ହେବାପରେ ସରକାର ଘୋଷଣା କଲେ। ଫଳରେ ଆଜି ତୈଳବଜାରରେ ହାହାକାର ଖେଳିଯାଇଛି। ଉପସ୍ଥିତ ଥିବା ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର କହିଲେ ବିଜେପି ସରକାର ନକହି ଧାଡିବନ୍ଧା ସରକାର କହିଲେ ଉଚିତ ହେବ କାରଣ ଏମାନେ ଲୋକଙ୍କୁ ଧାଡିରେ ଠିଆ କରେଇବାରେ ଧୁରନ୍ଧର। ନୋଟବନ୍ଦି ବେଳେ ଧାଡି, ସୁଭଦ୍ରାରେ ଧାଡି, ଜିଏସଟି ରେ ଧାଡି, ଆୟୁଷ୍ମାନ କାର୍ଡ ପାଇଁ, ଗ୍ଯାସ ପାଇଁ, ପିୟୁସି ପାଇଁ ଓ ଏବେ ପେଟ୍ରୋଲ ଏବଂ ଡିଜେଲ ପାଇଁ କିଲୋମିଟର କିଲୋମିଟର ର ଧାଡି ପ୍ରମାଣିତ କରୁଛି ବିଜେପି ସରକାର ର ବିଫଳତା। ସରକାର କୁ ଆହ୍ବାନ ଦେଇ ଶ୍ରୀମତୀ ପାତ୍ର କହିଛନ୍ତି ଆଗାମୀ ଦୁଇବର୍ଷ ପୂର୍ତ୍ତ ପାଳନ ଅବସରରେ ଏହିସବୁ ବିଫଳତା ଓ ଧାଡିବନ୍ଧା କୁନେଇ ରିର୍ପୋଟ କାର୍ଡ ପ୍ରସ୍ତୁତ କରି ଜନତାଙ୍କ ନିକଟରେ ଉପସ୍ଥାପନ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking