କଟକ: ଭିଜିଲାନ୍ସ ଜାଲରେ ତହସିଲଦାର । ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡା ତହସିଲଦାର । ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କର ଘରେ ଭିଜିଲାନ୍ସର ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ କରାଯାଇଛି । ଭୁବନେଶ୍ୱର, ପୁରୀ ଏବଂ କେନ୍ଦ୍ରାପଡାରେ ଚଢାଉ କରାଯାଇଛି । ସରକାରୀ ବାବୁଙ୍କର ପୁରୀ ବାଇପାସ କେସୁରାରେ ତିନି ମହଲା ବିଶିଷ୍ଟ ଦୁଇଟି କୋଠା ରହିଛି । ଏଥି ସହିତ ବାବୁଙ୍କର ପୈତୃକ ଘର ଡେଲାଙ୍ଗ ଥାନା ଅନ୍ତର୍ଗତ ଗଡିଶା ଗତ ଅଞ୍ଚଳରେ ମଧ୍ୟ ରେଡ ଚାଲିଛି । ସେହିପରି ଲକ୍ଷ୍ମୀ ସାଗର ଅଞ୍ଚଳ ତାଙ୍କ ସଂପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଚାଲିଛି । କଟକରେ ଥିବା ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ ଚଢାଉ ଜାରି ରଖିଛନ୍ତି । କେନ୍ଦ୍ରାପଡା ମାର୍ଶାଘାଇରେ ଥିବା ତାଙ୍କ ସଂପର୍କୀୟଙ୍କ ଘରେ ରେଡ କରାଯିବା ସହ ତାଙ୍କର ଯେଉଁ ସରକାରୀ ବାସଭବନ କଟକ ଓଲଟପୁର ଅଞ୍ଚଳରେ ରହିଛି ସେଠାରେ ମଧ୍ୟ ଚଢାଉ ଚାଲିଛି । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି , ୧୧ ଜଣ ଇନ୍ସପେକ୍ଟର , ୫ ଜଣ ଏଏସଆଇ ସାମିଲ ଅଛନ୍ତି ।










