15.1 C
Bhubaneswar
Saturday, December 6, 2025
Homeଓଡିଶାଡିସେମ୍ବର ୧୭ରେ ଓଟିଇଟି ପରୀକ୍ଷା

ଡିସେମ୍ବର ୧୭ରେ ଓଟିଇଟି ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ୨୦୨୫ ଆଗାମୀ ଡିସେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ। ଉକ୍ତ ଦିନ ୨ଟି ପର୍ଯ୍ୟାୟରେ ପରୀକ୍ଷା ହେବ। ସକାଳ ୯ଟାରୁ ୧୧.୩୦ ଯାଏ ପେପର-୧ ପରୀକ୍ଷା ଓ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ। ଏଥିନିମନ୍ତେ ଫର୍ମ ପୂରଣ ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ନଭେମ୍ବର ୨୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ। ଏଥିସହ ଦେୟ ଦାଖଲ ପାଇଁ ନଭେମ୍ବର ୨୬ ତାରିଖ ରାତ୍ର ୧୧.୪୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ବୋର୍ଡ ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭରେ ଅନ୍‌ଲାଇନ ଜରିଆରେ ୨୪ ଘଣ୍ଟିଆ ଚାଲିବ। ଫର୍ମପୂରଣ ଅବଧି ଆଉ ବର୍ଦ୍ଧିତ କରାଯିବ ନାହିଁ। ଏ ସଂକ୍ରାନ୍ତୀୟ ବିସ୍ତୃତ ବିବରଣୀ ବୋର୍ଡ ୱେବସାଇଟ୍‌ରେ ଉପଲବ୍ଧ ହୋଇଛି। ସେହିପରି ଆଡ୍‌ମିଟ୍ କାର୍ଡ ଡିସେମ୍ବର ୧୦ ତାରିଖରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। କୌଣସି ପରୀକ୍ଷାର୍ଥୀଙ୍କ ତଥ୍ୟ ମିଥ୍ୟା ବା ଭୁଲ ଜଣାପଡ଼ିଲେ ତାଙ୍କ ଆବେଦନ ଅଗ୍ରାହ୍ୟ କରାଯିବ। ଏଥିସହ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରୀକ୍ଷାର୍ଥୀଙ୍କ ଦ୍ୱାରା ଅନ୍‌ଲାଇନ ଜରିଆରେ ପ୍ରଦାନ କରାଯାଇଥିବା ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି ଓ ପରୀକ୍ଷା ବିଷୟ ପରବର୍ତ୍ତୀ ସମୟରେ ବଦଳା ଯାଇପାରିବ ନାହିଁ। ତେଣୁ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ ସମୟରେ ଏସବୁ ପ୍ରତି ସଜାଗ ରହିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking