28.1 C
Bhubaneswar
Wednesday, September 2, 2026
Homeଓଡିଶାଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍

ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍

ଭୁବନେଶ୍ୱର: ସଭୁବନେଶ୍ୱର ସ୍ଥିତ ପୋଖରୀପୁଟ ଇଣ୍ଡୋର ଷ୍ଟେଡ଼ିଅମ ରେ ଆଜି ଠାରୁ ୟୋନେକ୍ସ-ସାନରାଇଜ ଇଷ୍ଟ ଜୋନ ଆନ୍ତଃ ରାଜ୍ୟ ବେଡ଼ମୀଣ୍ଟନ ଚାମ୍ପିୟନସିପ ଆରମ୍ଭ ହେଉଛି l ଭାରତୀୟ ବେଡ଼ମୀଣ୍ଟନ ସଙ୍ଘ ଓ ଓଡିଶା ରାଜ୍ୟ ସରକାର ଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ର ସହଯୋଗ ରେ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ରେ ପୂର୍ବାଂଚଳ ର ୬ ଟି ରାଜ୍ୟ ଯଥା ଓଡିଶା, ଝାରଖଣ୍ଡ, ବିହାର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ର ୨୨୦ ରୁ ଊର୍ଧ ଖେଳାଳୀ ଓ ସପୋର୍ଟ ଷ୍ଟାଫ ଯୋଗ ଦେଇଛନ୍ତି l ପ୍ରତିଯୋଗିତା ରେ ବରିଷ୍ଠ ଓ କନିଷ୍ଠ ବର୍ଗ ର ଦଳଗତ ସହ ବ୍ୟକ୍ତିଗତ ବିଭାଗ ର ସିଙ୍ଗଲସ, ଡବଲସ ଓ ମିକ୍ସଡ଼ ଡବଲସ ରେ ଟାଇଟଲ ପାଈଁ ଲଢେଇ ହେବ l ଦଳଗତ ପ୍ରତିଯୋଗିତା ତା ୩ ତାରିଖ ରୁ ଓ ବ୍ୟକ୍ତିଗତ ପ୍ରତିଯୋଗିତା ୪ତାରିଖ ଅପରାହ୍ନ ରୁ ଆରମ୍ଭ ହେବ ବୋଲି ଓଡିଶା ରାଜ୍ୟ ବେଡ଼ମୀଣ୍ଟନ ସଙ୍ଘ ସମ୍ପାଦକ ତଥା ଆୟୋଜନ କମିଟୀ ସମ୍ପାଦକ ନିଲିନ କୁମାର ସୂଚନା ଦେଇଛନ୍ତି l ପ୍ରତିଯୋଗୀତା ସଂଯୋଜକ ଭାବେ ଓସବା ଉପସଭାପତି ପ୍ରଦୀପ ପଟନାୟକ, ଶୈଳେନ୍ଦ୍ର ଚୌଧୁରୀ, ଜୟପ୍ରକାଶ ସିଂ, ବିଭିନ୍ନ ବିଭାଗ ଦାୟିତ୍ୱ ରେ ଉପସଭାପତି ସୁରେଶ ଚନ୍ଦ୍ର ପଣ୍ଡା ସଭ୍ୟ ମନୋରଞ୍ଜନ ପଣ୍ଡା,କମଲ ଦାସ , ସୁରୁଲାଲ ମଟlରୀ, ଜୟପ୍ରକାଶ ଜେନା, ମନୋରଞ୍ଜନ ଦାସ,ସନ୍ଦୀପ ମିଶ୍ର, ଶୁଭମ ନାୟକ, ଶୁଭମ ଶର୍ମା ଅବଦୁଲ ହାକିମ, ଚନ୍ଦନ ମହାରଣା ପ୍ରମୁଖ ଅଛନ୍ତି l ପ୍ରତିଯୋଗୀତା ର ଚିଫ ରେଫରୀ ଭାବେ କେରଳ ର ଇ.ପି. ଦିବାକରଣ, ଡେପୁଟି ରେଫରୀ ଆନ୍ଧ୍ର ପ୍ରଦେଶ ର ସମ୍ପଦ ରାଓ ଓ ମେଚ କଣ୍ଟ୍ରୋଲ ହରିଆଣା ର ରବି ଚୌହାନ ଦାୟିତ୍ୱ ରେ ଅଛନ୍ତି l ଓଡିଶାର ଦଳରେ ସୋମ୍ୟଜିତ ସାହୁ, ଦିବ୍ୟମ୍ କେଜ୍ରିୱାଲ, ଶୁଭ୍ରକେତନ ମଲ୍ଲିକ, ନିମିସା ଓଝା, ସ୍ୱାତି ନାୟକ, ଅସ୍ୱିକା ମିଶ୍ର ତହସିବ୍ ଖାନ, , ଜୈସ ଅଗ୍ରୱାଲ, ଅଭିଜିତ ମହାରଣା, ତନ୍ମୟ କୁମାର ସାହୁ, , କଲଗା ଜଗଦିଶ, ତୁମି ବାକ୍‌ଚି, ହର୍ଷିତା ରାଉତ,ଆଶ୍ରୀୟା ଜି. ବିରୋକ, ସ୍ୱିଟିପ୍ରିୟା ପ୍ରଧାନ, ମୁଖ୍ୟ କୋଚ ଭାବେ ଗୋବର୍ଧନ ରେଡ୍ଡୀ, ସହକାରୀ କୋଚ ସଂଜୀବ ମଲ୍ଲ ଓ ଅଜିତ ମହାନ୍ତି ସ୍ଥାନ ପାଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking