କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ବିପର୍ଯ୍ୟୟର ୯ ଦିନ ପରେ ରସୁୱା ଜିଲ୍ଲାର ତ୍ରିଶୂଳୀ-୩ ଏ ଜଳବିଦ୍ୟୁତ ପ୍ରକଳ୍ପ ସୁଡଙ୍ଗ ଭିତରୁ ଜୀବନ୍ତ ଅବସ୍ଥାରେ ୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । କାଦୁଅ ଓ ଆବର୍ଜନା ତଳେ ପୋତି ହୋଇ ରହିଥିବା ଏହି ସୁଡଙ୍ଗରୁ ଜୀବନ୍ତ ଉଦ୍ଧାର ହୋଇଥିବା ଶ୍ରମିକ ଦ୍ୱୟ ହେଲେ କବୀର ମହର୍ଜନ ଏବଂ ସଞ୍ଜୟ ଶାହା । ସଞ୍ଜୟ ନେପାଳ ବିଦ୍ୟୁତ ପ୍ରାଧିକରଣର ମେକାନିକାଲ ଫୋରମ୍ୟାନ ହୋଇଥିବା ବେଳେ କବୀର ସୁପର ଭାଇଜର ଭାବେ କାର୍ଯ୍ୟ କରୁଥିଲେ । ଉଦ୍ଧାରକାରୀଦଳ ସେମାନଙ୍କୁ କାଦୁଅ ଭିତରୁ କାଢି ଷ୍ଟ୍ରେଚରରେ ନେଉଥିବା ବେଳେ ଫସି ରହିଥିବା ଅନ୍ୟ ଶ୍ରମିକଙ୍କ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି ।










