29.1 C
Bhubaneswar
Friday, October 16, 2026
Homeଦେଶ ବିଦେଶଦିନକରେ ଆନ୍ଧ୍ରରେ ୨ ଶ୍ରମିକ ମୃତ

ଦିନକରେ ଆନ୍ଧ୍ରରେ ୨ ଶ୍ରମିକ ମୃତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ କାମ କରୁଥିବା ପାତ୍ରପୁର ବ୍ଲକର ଜଣେ ଯୁବକଙ୍କ ଦେହରେ ଲୁହାରଡ ପଶିଯିବାରୁ ପ୍ରାଣ ହରାଇଥିବା ବେଳେ ଚିକିଟି ବ୍ଲକର ଜଣେ ଯୁବକ ଲିଫ୍ଟରୁ ଖସି ପଡିବାରୁ ମୃତ୍ୟୁ ଘଟିଛି । ପାତ୍ରପୁର ବ୍ଲକ ତମ୍ବାପୁରର ସନ୍ତୋଷ ପ୍ରଧାନ ଗୁଣ୍ଟୁରରେ କାମ କରୁଥିଲେ । ନିର୍ମାଣସ୍ଥଳରେ କ୍ରେନରେ କାମ କରୁଥିବା ବେଳେ ହଠାତ ତଳକୁ ଖସିପଡିବାରୁ ତଳେ ଥିବା ଲୁହାଛଡ ତାଙ୍କ ଦେହରେ ପଶିଯାଇଥିଲା । ସହକର୍ମୀମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ପହଞ୍ଚିବା ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି । ସେଠାରେ ବ୍ୟବଚ୍ଛେଦ ପରେ ଶବ ଗ୍ରାମକୁ ଅଣାଯିବ ବୋଲି ସୂଚନା ମିଳିଛି । ସନ୍ତୋଷ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ । ତାଙ୍କ ମୃତ୍ୟୁ ପରେ ୨ ବର୍ଷର ସନ୍ତାନ ଓ ପତ୍ନୀ ବେସାହାରା ହୋଇଯାଇଛନ୍ତି । ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି । ସେହିପରି ଗୁଣ୍ଟୁରର ଏକ ଘରୋଇ କମ୍ପାନିର ନିର୍ମାଣ ପ୍ରକଳ୍ପରେ ଲିଫ୍ଟରେ ଶ୍ରମିକ ଭାବେ କାମ କରୁଥିବା ଚିକିଟି ବ୍ଲକ କଳବାଡ ପଞ୍ଚାୟତ ଚିଲାଡି ଗ୍ରାମର କେ. ଶିବ ପ୍ରାଣ ହରାଇଛନ୍ତି । ଗତକାଲି ସେ କାଠୋବାଡି କାମରେ ନିଯୁକ୍ତ ହୋଇଥିଲେ । ଲିଫ୍ଟ ଅଚଳ ହେବାରୁ ଖସି ଗୁରୁତର ହୋଇଥିଲେ । ତାଙ୍କୁ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ୬ ମାସର ଶିଶୁ କନ୍ୟା ରହିଛି । ସରକାରୀ ସହାୟତା ପାଇଁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking