କଳାହାଣ୍ଡି: ବହୁ ବାଦ ବିବାଦ ପରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟର କଲେଜ ନିର୍ବାଚନ ବାତିଲ ହୋଇଛି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ର ଗୋଷ୍ଠୀଙ୍କ ବିବାଦରୁ କଲେଜ ପରିସରରେ ଉତ୍ତେଜନା ବଢିଛି । ବିସିଜେଡି ସମର୍ଥିତ ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କ ନାଁରେ ଥାନାରେ ମାମଲା ଓ ପରେ ପୋଲିସର ରିପୋର୍ଟ ଆଧାର ରେ ପ୍ରାର୍ଥୀପତ୍ର ନାକଚ ହୋଇଛି। ଏହାକୁ ନେଇ ବିଜେଡି ବିରୋଧ କରିଥିଲେ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ସମର୍ଥକ ।ପରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ପରେ ଅନୁଭବ ଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା। ଏହାର ପ୍ରତିବାଦରେ ବିଜେପି ରାସ୍ତାକୁ ଓହ୍ଲାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ କଲେଜ କତ୍ତୃପକ୍ଷ କଲେଜ ପରିଚାଳନା କମିଟି ଓ ଉପଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ଦେଇଥିଲେ । ଉପଜିଲ୍ଲାପାଳଙ୍କ ସମୀକ୍ଷା ପରେ ନିର୍ବାଚନ ବାତିଲ ହୋଇଛି । ଏହାକୁ ନେଇ ପୁଣି ବିରୋଧୀ ଓ ଶାସକ ଦଳ ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଛି।










