ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକତ୍ରିୟା ରଖି କହିଛନ୍ତି, ୭୦ ପ୍ରତିଶତରୁ ଅଧିକ କଲେଜରେ ଏବିଭିପି ବିଜୟୀ ହୋଇଛି । ତଥ୍ୟ ଦର୍ଶାଉଛି ଜେନ-ଜି ଆମ ସହ ଅଛନ୍ତି ବୋଲି କହିଛନ୍ତି ପୃଥ୍ୱାରାଜ ହରିଚନ୍ଦନ । କଲେଜ ନିର୍ବାଚନରେ ଛୋଟମୋଟ ଗଣ୍ଡଗୋଳ ଘଟଣା ନୂଆ ନୁହେଁ । ଆମ ଛାତ୍ର ରାଜନୀତି ବେଳେ ବୋମାମାଡ, ଗୁଳିଚାଳନା ଭଳି ଘଟଣା ଘଟୁଥିଲା । ଏଥର ଛାତ୍ର ସଂସଦ ନିର୍ବାଚନରେ ସେଭଳି ପରିସ୍ଥିତି ଦେଖିବାକୁ ମିଳିନାହିଁ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।










