ନୂଆଦିଲ୍ଲୀ: ଦେଶରୁ ସମ୍ପୁର୍ଣ୍ଣ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସେପଟେ ଦେଶକୁ ପ୍ରବେଶ କରିଛି ଉତ୍ତର ପୂର୍ବ ମୌସୁମୀ ବାୟୁ । ଉତ୍ତର ପୂର୍ବ ମୌସୁମୀ ପ୍ରଭାବରେ ଦକ୍ଷିଣ ଭାରତର କିଛି ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ଓଡିଶାର ୧୦ ଜିଲ୍ଲାରେ ବର୍ଷା ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରି ହୋଇଛି । ପୂର୍ବ ଉପକୂଳଫ ସହ ଦକ୍ଷିଣ ଓଡିଶାରେ ମଧ୍ୟ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ,ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି । ସେହିପରି ଆସନ୍ତାକାଲି କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି, ରାୟଗଡା ଓ ମାଲକାନଗିରିରେ ମଧ୍ୟ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲ୍ଲୋ ଆଲର୍ଟ ଜାରି କରାଯାଇଛି ।










