କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି ଯାଉଥିବା ବେଳେ ହଠାତ୍ ଗାଡିରୁ ଧୂଆଁ ବାହାରିଥିଲା । ଡ୍ରାଇଭର ନିଆଁ ଦେଖି ଗାଡ଼ିରୁ ବାହାରି ଯାଇଥିଲା ପରେ ସେ ଗାଡ଼ି ହୁତୁ ହୁତୁ ହୋଇ ଜଳିଗଲା ଅନ୍ୟ ଡ୍ରାଇଭର ମାନେ ସଙ୍ଗରେ ଥିବା ବେଳେ ସାଙ୍ଗେ ସାଙ୍ଗେ ପୁଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ ଓ ଦମକଳ ବାହିନୀ ଘଟଣସ୍ଥଳରେ ପହଞ୍ଚିବା ବେଳକୁ ଗାଡ଼ିଟଇ ସମ୍ପୂର୍ଣ୍ଣ ଭଳିଯାଇଥିଲା ।ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଦମକଳ ବାହୀନି । ମାତ୍ର ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇସାରିଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ।










