31.1 C
Bhubaneswar
Friday, October 16, 2026
Homeଓଡିଶାଷଷ୍ଠୀରେ ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ

ଷଷ୍ଠୀରେ ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ

ଯାଜପୁର: ଷଷ୍ଠୀ ପାଇଁ ମାଆ ବିରଜାଙ୍କର ପୀଠ ଚଳଚଞ୍ଚଳ । ଚାଲିଛି ମାଆଙ୍କ ଆବାହନି । ଉତ୍ସବ ମୁଖର ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଭାରତର ୫୧ଟି ଶକ୍ତିପୀଠ ମଧ୍ୟରୁ ମାଆ ବିରଜାଙ୍କ ପୀଠ ଅନ୍ୟତମ । ନବରାତ୍ର ଅବସରରେ ମାଆଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଗତକାଲି ରାତିରେ ମାଆଙ୍କ ପୀଠରେ ମହାପଞ୍ଚମୀ ଅବସରରେ ସୁନାବେଶ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ପ୍ରତିପଦା ଠାରୁ ମାଆ ବିରଜାଙ୍କର ନବଦିବସୀୟ ରଥଯାତ୍ରା ଆରମ୍ଭ ହୋଇଛି । ଅପରାହ୍ନରେ ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ କରାଯାଇ ରଥ ଟଣା କାର୍ଯ୍ୟ ଅନୁଷ୍ଠିତ ହେବ । ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି କୋଟି ଜନ୍ମର ପୂଣ୍ୟ ମିଳିଥାଏ । ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking