ଭୁବନେଶ୍ଵର : SIRକୁ ନେଇ ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ । ଏକ୍ସରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଯେ, ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ଏହା ସାହାଯ୍ୟ କରିବ । ସ୍ଵଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏସଆଇଆର ଆବଶ୍ୟକ । ସଠିକ୍ ଭୋଟର ତାଲିକା ସୁନିଶ୍ଚିତ କରିବା କେବଳ ପ୍ରଶାସନିକ ଆବଶ୍ୟକତା ନୁହେଁ । ବରଂ ଏହା ଗଣତନ୍ତ୍ରରେ ଜନତାଙ୍କ ବିଶ୍ଵାସକୁ ସୁଦୃଢ କରିବାକୁ ଅତ୍ୟାବଶ୍ୟକ । ଯୋଗ୍ୟ ଭୋଟରମାନେ ଯେପରି ବାଦ୍ ନପଡ଼ିବେ ସେନେଇ ଏସଆଇଆର ସୁନିଶ୍ଚିତ କରେ । ଗଣତନ୍ତ୍ରରେ ଜନତାଙ୍କ ବିଶ୍ଵାସକୁ ସୁଦୃଢ କରିବା ପାଇଁ ଏସଆଇଆର ଅତ୍ୟାବଶ୍ୟକ । SIR ହେଉଛି ଆମର ନିର୍ବାଚନ ବ୍ୟବସ୍ଥାର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏକ ଆବଶ୍ୟକୀୟ ଏବଂ ଗଠନମୂଳକ ଅଭ୍ୟାସ ।










