ଭୁବନେଶ୍ୱର: SIRକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ନବୀନ ବାବୁଙ୍କ ମନରେ କେଉଁଠି ଦ୍ୱନ୍ଦ୍ୱ ରହୁଛି ତାହା ଆଗେ ସ୍ପଷ୍ଟ କରନ୍ତୁ । ଯଦି ତାଙ୍କ ମନରେ ସ୍ପଷ୍ଟତା ନାହିଁ ତେବେ ନବୀନ ବାବୁ ନିଜେ କୁହନ୍ତୁ ସ୍ପଷ୍ଟତା ନାହିଁ, ତାପରେ ତାଙ୍କୁ କ୍ଳାରିଫାଏ କରାଯିବ । ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନେ ଉପଯୁକ୍ତ ଯୁକ୍ତି କରନ୍ତୁ । ନିର୍ବାଚନ କମିଶନଙ୍କଠାରୁ କେଉଁ ବାବଦରେ ସ୍ପଷ୍ଟୀକରଣ ଦରକାର, ମାଗିଲେ କିଏ ଦେବାକୁ ମନା କରୁଛି । କଂଗ୍ରେସ ସମୟରେ ସବୁବେଳେ ଏସଆଇଆର ହୋଇଛି, ଆମ ସମୟରେ ଥରେ ମାତ୍ର ହୋଇଛି । ଯଦି ମୃତ ଏବଂ ଜାଲି ଭୋଟରଙ୍କ ନା କଟିବ ନାହିଁ ତେବେ ଏସଆଇଆର ମାନେ କଣ ? ଯଦି କଟିଲା ଭୁଲ ତ୍ରୁଟି କେଉଁଠି ରହିଲା ? ରାହୁଲ ଗାନ୍ଧୀ ନିଜେ କହୁଥିଲେ, ଭୋଟର ଲିଷ୍ଟ ସଂଶୋଧନ ହେବା ଦରକାର, ସ୍ୱାଭାବିକ ଭାବେ ଏସଆଇଆରରେ ପ୍ରତିଫଳିତ ହେଲା । ଏବେ ରାହୁଲ ଗାନ୍ଧୀଙ୍କ ଅସୁବିଧା କଣ ହେଲା ବୋଲି ପ୍ରଶ୍ନ କଲେ ବିଜେପି ରାଜ୍ୟ ସଭାପତି ।










