31.1 C
Bhubaneswar
Friday, September 4, 2026
Homeଦେଶ ବିଦେଶଇସ୍ରୋର ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଇସ୍ରୋର ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନରେ ସଫଳତା ହାସଲ କରିଛି । ଜିଏସଲଭି-ଏଫ୧୭ ରକେଟ ସଫଳତାର ସହ ଇଓଏସ-୦୫ ଇମେଜିଂ ଉପଗ୍ରହକୁ ଏହାର ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ଇସ୍ରୋ ଏବଂ ଦେଶର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମିଶନର ସଫଳତାରେ ଖୁସି ପ୍ରକାଶ କରିଛନ୍ତି । ସେ ଏହାକୁ ନେଇ ଇସ୍ରୋ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ବର୍ଣ୍ଣନା କରି କହିଛନ୍ତି, ଏହା ସମଗ୍ର ଦେଶ ପାଇଁ ଏକ ଗର୍ବର ମୂହୂର୍ତ୍ତ । ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ଜିଏସଏଲଭି- ଏଫ ୧୭ ଦ୍ୱାରା ଜିଓସିଙ୍କ୍ରୋନାସ କକ୍ଷପଥରେ ଇଓଏସ-୦୫ ର ବିତରଣ ଭାରତର ମହାକାଶ କ୍ଷମତା, ପ୍ରଯୁକ୍ତିବିଦ୍ୟା ଓ ଅଗ୍ରଗତି ଏବଂ ନିରନ୍ତର ବୃଦ୍ଧି ପାଉଥିବା ନବସୃଜନକୁ ପ୍ରଦର୍ଶନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking