ଭୁବନେଶ୍ୱର: ଓଡ଼ିଶା ପୋଲିସରେ ବଡ଼ଧରଣର ନିଯୁକ୍ତି ପାଇଁ ମଞ୍ଜୁରି ମିଳିଛି । ପୋଲିସ ବିଭାଗରେ ମୋଟ ୪ ହଜାର ୧୯୫ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏହା ମଧ୍ୟରେ କନେଷ୍ଟବଳଠାରୁ ଆରମ୍ଭ କରି ଏଏସ୍ଆଇ, ଏସ୍ଆଇ ଓ ଅତିରିକ୍ତ ଏସ୍ପି ପର୍ଯ୍ୟନ୍ତ ବିଭିନ୍ନ ପଦ ସାମିଲ ରହିଛି ।ନୂଆ ପଦବୀ ଅନୁସାରେ, ୨ ହଜାର ୬୯୯ଟି କନେଷ୍ଟବଳ ପଦ ସୃଷ୍ଟି ହୋଇଛି । ସେହିପରି ୯୭୨ଟି ଏଏସ୍ଆଇ ଏବଂ ୧୦୮ଟି ସବ୍-ଇନ୍ସପେକ୍ଟର ବା ଏସ୍ଆଇ ପଦ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏହାବ୍ୟତୀତ ୩୭୭ଟି ହାବିଲଦାର ମେଜର, ୩୬ଟି ଏସ୍ଆଇ ଏବଂ ୨ଟି ଅତିରିକ୍ତ ଏସ୍ପି ପଦ ସୃଷ୍ଟି କରାଯାଇଛି ।ପୋଲିସ ବିଭାଗରେ ଏହି ବଡ଼ ନିଯୁକ୍ତି ଦ୍ୱାରା ଖାଲି ପଦ ପୂରଣ ହେବା ସହ ରାଜ୍ୟରେ ପୋଲିସ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଏହା ଚାକିରି ଆଶାୟୀଙ୍କ ପାଇଁ ମଧ୍ୟ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି ।










