31.1 C
Bhubaneswar
Friday, September 4, 2026
Homeଓଡିଶାଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଜନିତ ସହାୟତା ରାଶି: ମିଳିବ ୨ ଲକ୍ଷ ଟଙ୍କା

ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଜନିତ ସହାୟତା ରାଶି: ମିଳିବ ୨ ଲକ୍ଷ ଟଙ୍କା

ଭୁବନେଶ୍ୱର: ଦୁର୍ଘଟଣା ପ୍ରାୟତଃ ଜୀବନହାନି, ଅପ୍ରତ୍ୟାଶିତ ଚିକିତ୍ସା ଖର୍ଚ୍ଚ, ଅସ୍ଥାୟୀ ଅକ୍ଷମତା ଇତ୍ୟାଦି ଆଣିଥାଏ। ଯାହା ଫଳରେ ଜଣେ ଛାତ୍ରଙ୍କ ଶିକ୍ଷାକୁ ଗୁରୁତର ଭାବରେ ପ୍ରଭାବିତ ହୋଇଥାଏ। ଏପରି ପରିସ୍ଥିତିରେ ତୁରନ୍ତ ଆର୍ଥିକ ସହାୟତା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ସଂସ୍ଥାରୁ ଛାତ୍ରମାନଙ୍କ ପାଇଁ ଅନୁଦାନ ଏବଂ ଦୁର୍ଘଟଣା ସହାୟତା ପ୍ରଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏସବୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା ୪୬୮, ୨୫ ମାର୍ଚ୍ଚ ୨୦୧୫ରେ ଜାରି କରାଯାଇଥିବା ମାର୍ଗଦର୍ଶିକା କୁ ବଦଳାଇ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଅନୁଦାନ ପ୍ରଦାନ ପାଇଁ ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି।

ବିଦ୍ୟାଳୟରେ କିମ୍ବା ସ୍କୁଲକୁ ଯିବା ଆସିବା ସମୟରେ ଏବଂ ସ୍କୁଲ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସାମିଲ ହେବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ କରିବାକୁ କୁହାଯାଇଛି।ନୂଆ ମାର୍ଗଦର୍ଶିକା ଅନୁଯାୟୀ, ଶିଶୁ ବାଟିକାରୁ ଦ୍ୱାଦଶ ପଢୁଥିବା ଛାତ୍ରଙ୍କ ପାଇଁ ଲାଗୁ ହେବ ଏହି ବ୍ୟବସ୍ଥା।ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ସହାୟତା ରାଶି ଭାବେ ମିଳିବ ୨ ଲକ୍ଷ ଟଙ୍କା। ସେହିପରି ଉଚ୍ଚତର ଚିକିତ୍ସା ଲାଗି ସ୍ଥାନାନ୍ତର ପାଇଁ ମିଳିବ ୩୦ ହଜାର ଟଙ୍କା। ଯାତାୟାତ ଖର୍ଚ୍ଚ ବାବଦକୁ ମିଳିବ ୧୦ ହଜାର ଟଙ୍କା। ସରକାରୀ ମେଡିକାଲରେ ନିଶୁଳ୍କ ଚିକିତ୍ସା ପ୍ରଦାନ କରାଯିବ।ଅନୁକମ୍ପା ସହାୟତା ରାଶି ମା’ କିମ୍ବା ବାପାଙ୍କୁ ପ୍ରଦାନ କରାଯିବ।ଅପରପକ୍ଷରେ ଉଭୟ ନଥିଲେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ।ସହୟତା ରାଶି ପାଇଁ ପ୍ରଧାନଶିକ୍ଷକ, ଜିଲ୍ଲାପାଳ, ଡିଇଓ, ବିଇଓଙ୍କ ଅନୁମୋଦନ ଜରୁରୀ।ଅନୁମୋଦନର ୨୪ ଘଣ୍ଟା ମଧ୍ୟରେ ଅଭିଭାବକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking