ଭୁବନେଶ୍ୱର: ଜେଲରୁ ଜାମିନରେ ବାହାରିଲେ ବିକ୍ରମ ପଣ୍ଡା । ପୀତବାସ ପଣ୍ଡା ହତ୍ୟା ମାମାଲାରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଆଜି ଜେଲରୁ ଜାମିନରେ ବାହାରିଛନ୍ତି ବିକ୍ରମ ପଣ୍ଡା । ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଯେପରିକି ସେ ବିନା ଅନୁମତିରେ ରାଜ୍ୟ ତଥା ଦେଶ ବାହାରକୁ ଯାଇପାରିବେ ନାହିଁ, ସାକ୍ଷୀଙ୍କୁ ଧମକ , ଚମକ ଦେବେ ନାହିଁ ଏବଂ ଯେତେବେଳେ ବି ଯେଉଁ ସମୟରେ କୋର୍ଟକୁ ଡକାଯିବ ସେ ଉପସ୍ଥିତ ରହିବେ । ତେବେ ବିକ୍ରମ ପଣ୍ଡା ଜେଲରୁ ବାହାରିଥିବା ଖୁସିରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡିର କିଛି କର୍ମୀ , ନେତା, ତାଙ୍କର ଶୁଭେଚ୍ଛୁ, ସହଯୋଗୀ, ପରିବାର ଲୋକେ ପହଞ୍ଚିଛନ୍ତି । ସେଠାରେ ଦେବୀ ମିଶ୍ର ଏବଂ ପ୍ରତାପ ଜେନା, ଚିନ୍ମୟ ସାହୁ , ସଞ୍ଜୟ ଦାସ ବର୍ମା ମଧ୍ୟ ଉପସ୍ଥିତ ଅଛନ୍ତି ।










