ନୂଆଦିଲ୍ଲୀ: ଶ୍ରୀକାକୁଲମରେ ଟ୍ରେନ ଧକ୍କାରେ ୪ ଜଣଙ୍କ ମୃତ୍ୟୁ । ରେଳ ଧାରଣା ପାର କରିବା ସମୟରେ ରାଜାରାଣୀ ଏକ୍ସପ୍ରେସ ଟ୍ରେନ ଧକ୍କା ଦେଇଥିବା ସୂଚନା ଆସିଛି । ଟେକିଲି ଉପକଣ୍ଠ ରାଇବାଲସା ନିକଟରେ ଏହି ଘଟଣା ଘଟିଛି । ସୂଚନାଥାଉକି, ଶ୍ରୀକାକୁଲମ ଜିଲ୍ଲାର ଟେକାଲି ମଣ୍ଡଳର ରବିୱାଲାସା ନିକଟରେ ୫ ଜଣ ରେଳ ଧାରଣା ପାର କରୁଥିଲେ । ସେହି ସମୟରେ ଟ୍ରେନଟି ୫ ଜଣଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅଛନ୍ତି । ଦୁର୍ଘଟଣା ସମ୍ପର୍କରେ ପୋଲିସ ଏବଂ କର୍ତ୍ତୃପକ୍ଷ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେଇଛନ୍ତି । ଆହତ ଜଣଙ୍କ ବର୍ମା ଅଞ୍ଚଳର ବୋଲି ଚିହ୍ନଟ କରାଯାଇଛି ।










