କଟକ : ମହାନଦୀକୁ ଡେଇଁଲେ ଯୁବକ । ଶିଖରପୁର-ଜଗତପୁର ବ୍ରିଜରୁ ମହାନଦୀକୁ ଡେଇଁଲେ ଯୁବକ।ବ୍ରିଜ ଉପରେ ବାଇକ୍ ଓ ପରିଚୟ ପତ୍ର ରଖି ଦେଇ ମହାନଦୀକୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ମହାନଦୀରେ ଅଗ୍ନିଶମ ବାହିନୀ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି। ତେବେ କେଉଁ କାରଣରୁ ଯୁବକ ଜଣକ ମହାନଦୀକୁ ଡେଇଁଲେ ଜଣାପଡି ନାହିଁ।










