31.1 C
Bhubaneswar
Friday, September 4, 2026
Homeଓଡିଶାପେପରଲେସ୍‌ ହେବ ଦଲିଲ୍‌ ପଞ୍ଜୀକରଣ

ପେପରଲେସ୍‌ ହେବ ଦଲିଲ୍‌ ପଞ୍ଜୀକରଣ

ଭୁବନେଶ୍ୱର: ଏଣିକି ପେପରଲେସ୍‌ ହେବ ଦଲିଲ୍‌ ପଞ୍ଜୀକରଣ । ଏଥିପାଇଁ ପୁରୁଣା ନିୟମରେ ସଂଶୋଧନ କରାଯିବ । ଏହା ସହ ପଞ୍ଜୀକରଣ ଦଲିଲକୁ ମାତ୍ର ୪ ପୃଷ୍ଠାରେ ସୀମିତ ରଖିବାକୁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ନାଗରିକକୈନ୍ଦ୍ରିକ, ସ୍ୱଚ୍ଛ ଓ ସମ୍ପୂର୍ଣ୍ଣ ଡିଜିଟାଲ୍‌ ପଞ୍ଜୀକରଣ ବ୍ୟବସ୍ଥା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଉଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଗତକାଲି ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା ।ବୈଠକରେ ପେପରଲେସ୍‌ ଡିଡ୍‌ ରେଜିଷ୍ଟ୍ରେସନ୍‌ ବ୍ୟବସ୍ଥା ପ୍ରଚଳନ ପାଇଁ Registration Act, 1908ରେ ଆବଶ୍ୟକ ସଂଶୋଧନ ନେଇ ଆଲୋଚନା ହୋଇଛି । ଆଗକୁ ଏହାକୁ କ୍ୟାବିନେଟ୍‌ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। ଏହାପରେ ବିଧାନସଭାରେ ବିଲ୍‌ ଆଗତ କରାଯିବ । ପଞ୍ଜୀକରଣଯୋଗ୍ୟ ଦଲିଲ ପାଇଁ Standard Templates ପ୍ରସ୍ତୁତ କରାଯିବ । ନିର୍ଦ୍ଦିଷ୍ଟ ବର୍ଗର ଦଲିଲ ପାଇଁ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍‌ ପଞ୍ଜୀକରଣ ବ୍ୟବସ୍ଥା କରାଯିବ ।ଇଲେକ୍ଟ୍ରୋନିକ୍‌ ଭାବେ ଜାରି ହେବାକୁ ଥିବା ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ରେ ଇଲେକ୍ଟ୍ରୋନିକ୍‌ ସିଗ୍ନେଚର ଓ ଇଲେକ୍ଟ୍ରୋନିକ୍‌ ସିଲ୍‌ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking