25.1 C
Bhubaneswar
Thursday, March 19, 2026
Homeଓଡିଶାଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାନଙ୍କୁ ନେଇ କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩: ଗ୍ରାଚୁଇଟି ପ୍ରଦାନ ଆଇନ, ୧୯୭୨ ଓ ସର୍ବନିମ୍ନ ମଜୁରୀ ଆଇନ, ୧୯୪୮ରେ ମାମଲା ଶୁଣାଣି ସମ୍ବନ୍ଧୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଦୂଇକିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରାଜେଶ କୁମାର ଅଗ୍ରୱାଲ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍‌ଘାଟନ କରିବା ସହ ଉପସ୍ଥିତ ଅଧିକାରୀମାନଙ୍କୁ ନିଷ୍ଠା ଓ ସ୍ଵଚ୍ଛତାର ସହିତ କାମ କରି ସମାଜର ବିଭିନ୍ନ ବର୍ଗର ଶ୍ରମିକମାନଙ୍କୁ ତ୍ବରିତ୍ର ନ୍ୟାୟ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶ୍ରମ ଆୟୁକ୍ତ, ଓଡ଼ିଶା ଶ୍ରୀ ଘାସିରାସ ଟୁଡୁ ସମସ୍ତ ଅଧିକାରୀମାନଙ୍କୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଫାଇଦା ନେଇ କାର୍ଯ୍ୟ କ୍ଷେତ୍ରରେ ପ୍ରତିଫଳିତ କରିବାକୁ ଆହ୍ୱାନ ଦେଇଥିଲେ । ଅବସରପ୍ରାପ୍ତ ଯୁଗ୍ମ ଶ୍ରମ ଆୟୁକ୍ତ, ଓଡ଼ିଶା ଶ୍ରୀ ନରେଶ ଚନ୍ଦ୍ର ସାହୁ ସମସ୍ତ ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କୁ କର୍ମଚାରୀ କ୍ଷତିପୂରଣ ଆଇନ, ୧୯୨୩ର କାର୍ଯ୍ୟକାରିତା ଉପରେ ବିଶଦ୍ ଭାବରେ ଆଲୋଚନା କରିବା ସହ ଅଧିକାରୀମାନଙ୍କୁ ଆଇନର ସଠିକ୍ ଅନୁପାଳନ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନ୍ୟତମ ଅତିରିକ୍ତ ଶ୍ରମ ଆୟୁଜ, ଓଡ଼ିଶା ଶ୍ରୀ ମଦନ ମୋହନ ପାଇକ ରାଜ୍ୟ ଶ୍ରମ ସଂସ୍ଥାନର ଏଭଳି ପ୍ରୟାସ ପାଇଁ ସଂସ୍ଥାନର ନିର୍ଦେଶକ, ଉପ-ନିର୍ଦ୍ଦେଶନ ଓ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ବିଶ୍ଵଜିତ ମହନ୍ତ ମହାପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ । ଏତଦ୍‍ବ୍ୟତୀତ, କର୍ମଚାରୀ କ୍ଷତିପୂରଣ ମାମଲାକୁ ନେଇ ପ୍ରସ୍ତୁତ ଏକ ଟ୍ରେନିଙ୍ଗ ହ୍ୟାଣ୍ଡବୁକ୍‌କୁ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ଲୋକାର୍ପଣ କରାଯିବା ସହ ଏଥିରେ ଯୋଗଦାନ କରିଥିବା ସମସ୍ତ ଅଧିକାରୀମାନଙ୍କୁ ଏହି ହ୍ୟାଣ୍ଡବୁକ ପ୍ରଦାନ କରାଯାଇଥିଲା । ସମ୍ମିଳନୀର ଦ୍ଵିତୀୟାର୍ଦ୍ଧରେ ଅବସରପ୍ରାପ୍ତ ଜିଲ୍ଲା ଜଜ ଶ୍ରୀ ମୁରଲୀଧର ପ୍ରଧାନ କର୍ମଚାରୀ କ୍ଷତିପୂରଣ ମାମଲା ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking