37.1 C
Bhubaneswar
Monday, May 25, 2026
Homeଓଡିଶାଆହୁରି ପ୍ରଚଣ୍ଡ ହେବ ତାତି: ୩ ଜିଲ୍ଲାକୁ ରେଡି ୱାର୍ଣ୍ଣିଙ୍ଗ ଜାରି

ଆହୁରି ପ୍ରଚଣ୍ଡ ହେବ ତାତି: ୩ ଜିଲ୍ଲାକୁ ରେଡି ୱାର୍ଣ୍ଣିଙ୍ଗ ଜାରି

ଭୁବନେଶ୍ବର: ରାଜ୍ୟରେ କିଛିଦିନ ହେବ ପ୍ରଚଣ୍ଡ ତାତି ଜାରି ରହିଛି । ତେବେ ଆଗକୁ ଆହୁରି ତାତି ବଢିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚାରିଦିନ ଖରା କଲବଲ କରିବା ନେଇ ହିଟଓ୍ବେଭ ଓ୍ବାର୍ନିଂ ଜାରି କରାଯାଇଛି ।ଆଜିପାଇଁ ବଲାଙ୍ଗୀର, ବୌଦ୍ଧ ଏବଂ ସମ୍ବଲପୁର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ ଚାରି ଜିଲାକୁ ଗୁଳୁଗୁଳି ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୯ ତାରଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦିନ ୧୧.୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା ରହିଥିଲା । ସମ୍ବଲପୁରରେ ୪୧ ଡିଗ୍ରୀ ରହିଥିବା ବେଳେ ହିରାକୁଦରେ ୪୦.୨ ଡିଗ୍ରୀ ରହିଛି । ସେହିପରି ଝାରସୁଗୁଡାରେ ୪୦ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ବରରେ ୩୬.୨ ଡିଗ୍ରୀ ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking