34.1 C
Bhubaneswar
Monday, May 25, 2026
Homeଓଡିଶାବରଗଡ଼ରେ କାଳବୈଶାଖୀର କରାଳ ରୂପ

ବରଗଡ଼ରେ କାଳବୈଶାଖୀର କରାଳ ରୂପ

ବରଗଡ଼: ବରଗଡ଼ରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ଝଡବତାସ ହୋଇଥିଲା। ଏହାର ପ୍ରଭାବରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା ତୋରଣ ଭାଙ୍ଗି ଯାଇ ରାସ୍ତା ଉପରେ ପଡ଼ିଛି। ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହା ପୂର୍ବରୁ ବରପାଲିରେ ମଧ୍ୟ ଏଭଳି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ତୋରଣ ଭାଙ୍ଗି ପଡିଥିଲା। ନୂଆ ସରକାର ଆସିବା ପରେ ସୌନ୍ଦର୍ଯ୍ୟକରଣ ପାଇଁ ଜିଲାର ବିଭିନ୍ନ ସ୍ଥାନରେ ଏଭଳି ତୋରଣ ନିର୍ମାଣ କରାଯାଇଛି। ମାତ୍ର ଝଡବତାସରେ ତାହା ଭାଙ୍ଗି ପଡୁଥିବା ଯୋଗୁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ମିଶି ଯାଉଛି। ନିମ୍ନମାନର କାମ ଯୋଗୁ ଏଭଳି ହେଉଥିବା ଅଭିଯୋଗ ହେଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking