27.8 C
Bhubaneswar
Friday, July 3, 2026
Homeଓଡିଶାକୋରାପୁଟ-ମାଲକାନଗିରି ସୀମାରେ ମାଓବାଦୀଙ୍କ ଡମ୍ପ ଠାବ

କୋରାପୁଟ-ମାଲକାନଗିରି ସୀମାରେ ମାଓବାଦୀଙ୍କ ଡମ୍ପ ଠାବ

କୋରାପୁଟ: କୋରାପୁଟ-ମାଲକାନଗିରି ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା । ସର୍ଚ୍ଚ ଅପରେସନ୍ ବେଳେ କୋରାପୁଟ ଜିଲ୍ଲା ଡିଷ୍ଟ୍ରିକ୍ଟ ଭଲଣ୍ଟିୟର ଫୋର୍ସ (DVF) ଯବାନମାନେ ମାଓବାଦୀଙ୍କ ଏକ ଡମ୍ପ ଠାବ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୬ଟି ଦେଶୀ ବନ୍ଧୁକ, ୧୧ଟି ଟିଫିନ୍ ବୋମା, ବାରୁଦ, ଗୁଳି, ମାଓବାଦୀ ସାହିତ୍ୟ, ଗୋଟିଏ କ୍ୟାମେରା ଏବଂ ଦୁଇଟି ଫ୍ଲାସ୍ ଲାଇଟ୍ । ଏହି ସାମଗ୍ରୀକୁ ମାଓବାଦୀମାନେ ଭବିଷ୍ୟତରେ ନାଶକତା କିମ୍ବା ଅନ୍ୟ କାର୍ଯ୍ୟକଳାପ ପାଇଁ ମହଜୁଦ ରଖିଥିବା ସନ୍ଦେହ କରାଯାଉଛି ।

ସୂଚନା ଆଧାରରେ ଚାଲିଥିବା ଏହି ସର୍ଚ୍ଚ ଅପରେସନ୍ ଏବେ ମଧ୍ୟ ଜାରି ରହିଛି । ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ଆଉ କୌଣସି ମାଓ ଡମ୍ପ କିମ୍ବା ମାଓବାଦୀଙ୍କ ଉପସ୍ଥିତି ରହିଛି କି ନାହିଁ, ସେନେଇ ସୁରକ୍ଷାବାହିନୀ ତନାଘନା ଚଳାଇଛି । ଏହି ଜବତକୁ ମାଓବାଦୀ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ସୁରକ୍ଷାବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳରେ ସତର୍କତା ବଢ଼ାଇ ଦିଆଯାଇଛି ଏବଂ ସର୍ଚ୍ଚ ଅପରେସନ୍‌କୁ ଆହୁରି ଜୋରଦାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking