27.8 C
Bhubaneswar
Friday, July 3, 2026
Homeଦେଶ ବିଦେଶଆମେରିକା ବିଶ୍ୱକପ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ !

ଆମେରିକା ବିଶ୍ୱକପ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ !

ନୂଆଦିଲ୍ଲୀ: ଆମେରିକା ଫୁଟବଲ ବିଶ୍ବକପ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ । ଏଥିପାଇଁ ନାସା ରୋମାଞ୍ଚକର ପ୍ରତିଶ୍ରୃତି ଦେଇଛି । ଚନ୍ଦ୍ରପୃଷ୍ଠରେ ନାସାର ଆଗାମୀ ବେସ ବା ଆବାସିକ ପ୍ରକଳ୍ପର ରୂପରେଖ ଉନ୍ମୋଚନ ଅବସରରେ ସେ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ କହିଛନ୍ତି ଏହା ଆମେରିକା ଦଳ ପାଇଁ ଏକ ବଡ ଚ୍ୟାଲେଞ୍ଜ ଆପଣମାନେ କେବଳ ପଡିଆରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ଚନ୍ଦ୍ରକୁ ବଲ ପଠାଇବା ଦାୟିତ୍ବ ଆମର । ନାସାର ଏହି ଯୋଜନା ପଛରେ ମହାକାଶ ଇତାହାସର ଏକ ସ୍ମରଣୀୟ ଘଟଣା ଜଡିତ ରହିଛି । ୧୯୭୧ ରେ ଆପୋଲୋ-୧୪ ଅଭିଯାନ ସମୟରେ ଆମେରିକୀୟ ମହାକାଶଚାରୀ ଆଲାନ ସେପାର୍ଡ ଗୋପନରେ ଚନ୍ଦ୍ରପୃଷ୍ଠକୁ ଏକ ଗଲ୍ଫ ବଲ ନେଇଯାଇଥିଲେ ଏବଂ ସେଠାରେ ଗଳ୍ପ ବି ଖେଳିଥିଲେ । ନାସା ମୁଖ୍ୟ କହିଛନ୍ତି ଆମେରିକା ବିଶ୍ବକପ ଜିତିଲେ ସେମାନେ ଚନ୍ଦ୍ରପୃଷ୍ଠକୁ ଅସଲି ଫୁଟବଲ ପଠାଇ ଆଲାନଙ୍କ ରେକର୍ଡଠାରୁ ଆଉ ପାଦେ ଆଗେଇବେ । ଆମେରିକା ବର୍ତ୍ତମାନ ପ୍ରି-କ୍ବାର୍ଟରରେ ପହିଁଚିସାରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking