29.4 C
Bhubaneswar
Monday, June 8, 2026
Homeଦେଶ ବିଦେଶଚୀନ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ଚୀନ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ଚୀନ: ଚୀନ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ୍ ଗସ୍ତର ତୁରନ୍ତ ପରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବେଜିଂରେ ପହଞ୍ଚୁଛନ୍ତି । ମେ  ୧୯ ଏବଂ ୨୦ରେ ପୁଟିନ୍‌ଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଦୁଇଦିନିଆ ଗସ୍ତ ୱାଶିଂଟନ୍ ଏବଂ ପଶ୍ଚିମ ଦେଶଗୁଡ଼ିକୁ ଏକ ସିଧାସଳଖ ବାର୍ତ୍ତା ଯେ, ଚାପ ସତ୍ତ୍ୱେ ସେମାନଙ୍କର ସହଭାଗିତା ଅକ୍ଷୁର୍ଣ୍ଣ ରହିଛି । କ୍ରେମଲିନ୍ ଏହା ମଧ୍ୟ ସ୍ପଷ୍ଟ କରିଛି, ଏହି ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଗସ୍ତରୁ ସକାରାତ୍ମକ ଆଶା ଅଛି। ଉଭୟ ଦେଶ ଏବେ ସେମାନଙ୍କର ସୁବିଧାପ୍ରାପ୍ତ ସହଭାଗିତା କୁ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ବୃହତ ସ୍ତରକୁ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି ।ଗତ କିଛି ବର୍ଷ ମଧ୍ୟରେ ପୁଟିନ ଏବଂ ସି ଜିନପିଙ୍ଗ ୪୦ ରୁ ଅଧିକ ଥର ସାକ୍ଷାତ କରିଛନ୍ତି ।  ୟୁକ୍ରେନ ଯୁଦ୍ଧ ଯୋଗୁଁ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ ଉପରେ କଠୋର ଆର୍ଥିକ କଟକଣା ଲଗାଇଥିବା ବେଳେ ପୁଟିନଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking