36.1 C
Bhubaneswar
Thursday, May 21, 2026
Homeଦେଶ ବିଦେଶନରୱେ ମହାରାଣୀ ଓ ରାଜାଙ୍କୁ ମୋଦୀଙ୍କ ଉପହାର

ନରୱେ ମହାରାଣୀ ଓ ରାଜାଙ୍କୁ ମୋଦୀଙ୍କ ଉପହାର

ନୂଆଦିଲ୍ଲୀ: ନରୱେ ମହାରାଣୀ ଓ ରାଜାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାରରେ ଓଡିଶା କଳାର ଝଲକ ଦେଖିବାକୁ ମିଳିଛି । ବିଶ୍ୱ ଦରବାରରେ ଝଲସୁଛି ବିଶ୍ୱ ଦରବାରର କଳା ଓ ଭାସ୍କର୍ଯ୍ୟ । ଓଡିଶାର ସମୃଦ୍ଧ କଳା ଓ ସଂସ୍କୃତି ପୁଣି ଥରେ ବିଶ୍ୱ ଦରବାରରେ ଚମକିଲା । ନରୱେ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେର ମହାରାଣୀ ସଞ୍ଜାଙ୍କୁ ଓଡିଶାର ଏକ ପାରମ୍ପାରିକ ତଥା ଅତି ସୂକ୍ଷ୍‌ମ କଳା କୃତି ତାଳ ପତ୍ର , ପଟ୍ଟ ଚିତ୍ର ଉପହାର ଭାବରେ ଦେଇଛନ୍ତି । ସେହିପରି ନରୱେ ରାଜା ହରାତ ପଞ୍ଚଙ୍କୁ ରୂପାର ତାରକସି ସେଲବୋର୍ଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସୂକ୍ଷ୍‌ମ, ରୂପା ଓ ତାରକସି ର କାମ ଓ ନିଖୁଣ କାରିଗରି ପାଇଁ ତାରକସି କାମ ବେଶ ପ୍ରସିଦ୍ଧ । ସେହିପରି ତାଳପତ୍ର, ପଟ୍ଟଚିତ୍ର ମଧ୍ୟ ଖୁବ ପ୍ରସିଦ୍ଧ । ଓଡିଶାର ଏହି ପ୍ରାଚୀନ ଏବଂ ଜଟିଳ କଳଆ ଶୈଳୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସାଧାରଣ କପଡା ଆଧାରିତ ପଟ୍ଟଚିତ୍ର ଠାରୁ ଏହା ସମ୍ପୁର୍ଣ୍ଣ ଭିନ୍ନ । ପ୍ରଧାନମନ୍ତ୍ରୀଙ୍କର ଏହି ପ୍ରୟାସ ଯୋଗୁଁ ନରୱେର ମହାରାଣୀ ଓଡିଶାର ଏହି ପ୍ରାଚୀନ ଐତିହ୍ୟ ବିଷୟରେ ଜାଣିବା ସହିତ । ଭାରତ ଓ ନରୱେ ମଧ୍ୟରେ ସାଂସ୍କୃତିକ ସଂପର୍କ ଆହୁରି ମଜଭୁତ କରୁଛି । ଓଡିଶାର କାରୁକାର୍ଯ୍ୟ ବିଶ୍ୱ ସ୍ତରରେ ଏହି ଭଳି ଭାବରେ ସମ୍ମାନ ମିଳିବା ପରେ ରାଜ୍ୟର ଶିଳ୍ପୀ ମହଲରେ ବେଶ ଉତ୍ସାହ ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking