36.1 C
Bhubaneswar
Thursday, May 21, 2026
Homeଓଡିଶାଉତ୍ତପ୍ତ ଓଡିଶା: ତାତିରୁ ମିଳୁନି ନିସ୍ତାର

ଉତ୍ତପ୍ତ ଓଡିଶା: ତାତିରୁ ମିଳୁନି ନିସ୍ତାର

ଭୁବନେଶ୍ୱର: ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ର୍ୟ ତାପରେ ଉତ୍ତପ୍ତ ଓଡିଶା । ଘରୁ ବାହାରକୁ ପାଦ କାଢିବା ହେଇଯାଉଛି ମୁସ୍କିଲ । ଛତା ଧରି ବାହାରିଲେ ମଧ୍ୟ ମୁହଁକୁ ପଡୁଛି ଝାଞ୍ଜି ମାଡ । ସତେ ଯେମିତି ଲାଗୁଛି ଆକାଶରୁ ନିଆଁ ଖସୁଛି । ଅସହ୍ୟ ଗୁଳୁଗୁଳି ସହ ଆର୍ଦ୍ରତାରେ ସିଝୁଛନ୍ତି ରାଜ୍ୟବାସୀ । ତାତିରୁ ମିଳୁନି ନିସ୍ତାର ।  କିଛି କିଛି ଜିଲ୍ଲାରେ ପାଦେ ଠୁ ଆଉ ଦୁଇ ପାଦ ଚାଲିବା ହୋଇପଡୁଛି କଷ୍ଟକର । ସକାଳେ ଗରମ, ରାତିରେ ଗୁଳୁଗୁଳି ଅନୁଭୂତ । ଗତକାଲି ରେକର୍ଡ ୪୬ ଡିଗ୍ରି ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏହାସହ ରାଜ୍ୟର ୧୬ ଟି ସ୍ଥାନରେ ୪୦ ଡିଗ୍ରି ଉପରେ ରହିଥିଲା ତାପମାତ୍ରା । ଆଜି ବି ତାତି କରିବ କଲବଲ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ । କିଛି ସ୍ଥାନରେ ୪୬ ଡିଗ୍ରି ତାପମାତ୍ରା ରହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଉପକୂଳରେ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ । ତେବେ ଆସନ୍ତା ୨୯ କିମ୍ବା ୩୦ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେଇପାରେ । ମେ ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବା ସହ ଅନେକ ସ୍ଥାନରେ ତାପମାତ୍ରା ୪୦ରୁ ୪୫ ଡିଗ୍ରି ରହିବ । ଦିନବେଳେ ଆକାଶ ମେଘମୁକ୍ତ ରହୁଥିବାରୁ ଖରାର ପ୍ରଭାବ ମଧ୍ୟ ବଢ଼ୁଛି । ଅନ୍ୟପଟେ ଜୁନ ୫ ତାରିଖ ପୂର୍ବରୁ ମୌସୁମୀ ଆସିବାର କୌଣସି ସମ୍ଭାବନା ନଥିବାରୁ ଆହୁରି କିଛି ଦିନ ଯାଏଁ ଲୋକଙ୍କୁ ତାତି ସହିବାକୁ ପଡ଼ିବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking