36.1 C
Bhubaneswar
Thursday, May 21, 2026
Homeଓଡିଶାଚଳଚଞ୍ଚଳ ରଥ ଖଳା: ସରିଲା ୩ରଥର ୪୨ ଚକ ନିର୍ମାଣ କାର୍ଯ୍ୟ

ଚଳଚଞ୍ଚଳ ରଥ ଖଳା: ସରିଲା ୩ରଥର ୪୨ ଚକ ନିର୍ମାଣ କାର୍ଯ୍ୟ

ପୁରୀ: ଚଳଚଞ୍ଚଳ ରଥ ଖଳା । କାରିଗରମାନଙ୍କ ହାତକୁ ମିଳୁନି ଫୁରସତ । ଭାବମଗ୍ନ ହୋଇ କାମ କରି ଚାଲିଛନ୍ତି । ଆଜି ରଥ ନିର୍ମାଣର ୩୦ ତମ ଦିନରେ ରଥ ନିର୍ମାଣକାରୀ ସେବକମାନେ ସବୁଦିନ ପରି ରଥଖଳାଠାରେ ପହଞ୍ଚି ରଥ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତିନି ରଥର ୪୨ ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ରଥଚାଳିରେ ମହାରଣା ସେବକ ମାନେ ଗରାଗରାର ଚଉପଟ କାର୍ଯ୍ୟ ଜାରି ରଖିଛନ୍ତି । ରଥ ଅମିନ ଲକ୍ଷ୍‌ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତାରେ ତିନିରଥ ଚାଳିକୁ ଗରଗରା ନିର୍ମାଣ ପାଇଁ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରାକାଠ ଯୋଗାଇ ଦେଇଛନ୍ତି ତିନି ରଥର ମହାରଣା ସେବକମାନେ ଏହି ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଛନ୍ତି । ତିନି ରଥର ମହାରଣା ସେବକମାନେ ଏହି ୨୦ ଫୁଟିଆ ଧଉରା କାଠର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି । ଭୋଇ ସେବକମାନେ ରଥ ଚାଳିରେ ଚାରପରିଛା ଯୋଗାଇଥିବା ବେଳେ ସେଥିରେ ରୂପକାର ସେବକମାନେ ଖୋଦେଇ ଜାରି ରଖନ୍ତି । ପ୍ରଥମ ପର୍ଯ୍ୟାୟରେ ଅଖ ହଣା କାର୍ଯ୍ୟ ଚାଲିଥିବା ବେଳେ ରୂପକାର ସେବକମାନେ ତିନିରଥର ସାଲଗୁଜରେ ରୂପ ଖୋଦେଇ କରିଛନ୍ତି । କରତୀ ସେବକମାନେ ତାଳଧ୍ୱଜ ରଥର ପୋଲ ଗୟଳ ଚିତା କାର୍ଯ୍ୟ କରୁଥିବା ବେଳେ ଦୋଲଦବେଦୀ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ତିନିରଥର ଅଖ ଦଣ୍ଡା ବିଡିଆ ଓ ଅଗ ପାତେଳି କଣ୍ଟା ନିର୍ମାଣ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking