34.1 C
Bhubaneswar
Monday, May 18, 2026
Homeଦେଶ ବିଦେଶସ୍ୱିଡେନ ପରେ ନରୱେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସ୍ୱିଡେନ ପରେ ନରୱେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ସ୍ୱିଡେନ ଗସ୍ତ ଶେଷ କରି ନରୱେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପଶ୍ଚିମ ଏସିଆ ସଙ୍କଟ ଭିତରେ ନରୱେର ରାଜଧାନୀ ଓସଲୋ ପହଞ୍ଚିଛନ୍ତି । ଗସ୍ତ ଅବସରରେ ନରୱେରେ ତୃତୀୟ ଭାରତ- ନୋର୍ଡିକ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ପାଞ୍ଚ ଦେଶର ରାଷ୍ଟ୍ର ସମୂହଙ୍କ ସମ୍ମିଳନୀରେ ସାମିଲ ହେବେ ମୋଦୀ । ନୋର୍ଡିକ ଦେଶ ସମୂହରେ , ଡେନମାର୍କ , ଫିନଲାଣ୍ଡ, ଆଇସଲ୍ୟାଣ୍ଡ, ନରୱେ ଓ ସ୍ୱିଡେନ ରହିଛନ୍ତି । ସାରା ବିଶ୍ୱରେ ଏବେ ଆର୍ଥିକ ସଙ୍କଟ , ବ୍ୟବସାୟିକ ସଂପର୍କ ଯୋଗାଣ ଶୃଙ୍ଖଳା ବିଚ୍ଛିନ୍ନ ଯୋଗୁଁ ଚାପଗ୍ରସ୍ତ ହୋଇଛି । ତେଣୁ ତୃତୀୟ ଭାରତ- ନୋର୍ଡିକ ସମ୍ମିଳନୀରେ ଇଏଫଟିଏ- ଟିଇପିଏ ବୁଝାମଣା ଚୁକ୍ତି ଅନୁସାରେ ନୂଆ ସମ୍ଭାବନାର ଦ୍ୱାର ଖୋଜିବ ଭାରତ । ଦୀର୍ଘ ୪୩ ବର୍ଷର ବ୍ୟବଧାନରେ ଭାରତର ପ୍ରଧାନମନ୍ତ୍ରୀ ନରୱେ ଗସ୍ତରେ ଆସିଛନ୍ତି ।ତେଣୁ ମୋଦୀଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସଂପର୍କ ସହ ବାଣିଜ୍ୟ ପାଇଁ ନୂଆ ଅବସର ଆଣିଦେବ ବୋଲି ଆଶା କରାଯାଉଛି । ସେପଟେ ମୋଦୀଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ପ୍ରବାସୀ ଭାରତୀୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking