39.4 C
Bhubaneswar
Thursday, May 21, 2026
Homeଦେଶ ବିଦେଶଅକ୍ଟୋବର ୧୧ରୁ ରଣଜୀ

ଅକ୍ଟୋବର ୧୧ରୁ ରଣଜୀ

ମୁମ୍ବାଇ: ବିସିସିଆଇ ପକ୍ଷରୁ ୨୦୨୬-୨୭ ଘରୋଇ ଋତୁର ଖେଳସୂଚୀ ଘୋଷଣା କରାଯାଇଛି । ଏ ବର୍ଷ ବିଭିନ୍ନ ବୟସ ଶ୍ରେଣା ଓ ଫର୍ମାଟରେ ତଥା ଉଭୟ ମହିଳା ଓ ପୁରୁଷ ବର୍ଗର ମୋଟ ୧୭୮୮ଟି ମ୍ୟାଚ ଖେଳାଯିବ । ପୁରୁଷ ବର୍ଗରେ ବରିଷ୍ଠ , ୨୩ ବର୍ଷରୁ କମ, ୧୯ ବର୍ଷରୁ କମ ଓ ୧୬ ବର୍ଷରୁ କମ ବୟସ ଶ୍ରେଣୀରେ ପ୍ରତିଯୋଗିତା ଆୟୋଜିତ ହେବ । ସେହିପରି ମହିଳା ବର୍ଗର ବରିଷ୍ଠ, ୨୩ ବର୍ଷରୁ କମ , ୧୯ ବର୍ଷରୁ କମ ଓ ୧୫ ବର୍ଷରୁ କମ ବୟସ ଶ୍ରେଣୀରେ ପ୍ରତିଯୋଗିତା କରାଯିବ । ୨୩ ଅଗଷ୍ଟରେ ସମ୍ମାନଜନକ ଦୁଲୀପ ଟ୍ରଫିରୁ ନୂଆ ଘରୋଇ ଋତୁ ହେବ । ବେଙ୍ଗାଲୁରୁର ବିସିସିଆଇ ଉତ୍କର୍ଷ କେନ୍ଦ୍ରରେ ୬ଟି ଜୋନାଲ ଦଳକୁ ନେଇ ପ୍ରତିଯୋଗିତା ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୧ରୁ ଇରାନୀ କପ ଆରମ୍ଭ ହେବ । ରଣଜୀ ଟ୍ରଫି ଓ କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି ଦୁଇଟି ପର୍ଯ୍ୟାୟରେ ଖେଳାଯିବ । ରଣଜୀ ଏଲିଟ ଗ୍ରୁପରେ ୩୨ ଦଳ ଓ ପ୍ଲେଟ ଗ୍ରୁପରେ ୬ ଦଳ ରହିବେ । ରଣଜୀ ଏଲିଟର ପ୍ରଥମ ପର୍ଯ୍ୟାୟ ୧୧ ଅକ୍ଟୋବରରୁ ୫ ନଭେମ୍ବର ଯାଏଁ ଓ ଦ୍ୱିତୀୟ ପର୍ଯ୍ୟାୟ ୧୭ ଜାନୁଆରୀରୁ ୨୦ ଜାନୁଆରୀ ୨୦୨୭ ଯାଏଁ ଖେଳାଯିବ । ବିସିସିଆଇ ପକ୍ଷରୁ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଅନୁସାରେ ଏଥରର ପୁରୁଷ ୨୩ ବର୍ଷରୁ କମ ଷ୍ଟେଟ ଏ ଟ୍ରଫି ଓ ଭିଜି ଟ୍ରଫି ପୂର୍ବର ଦିନିକିଆ ଫର୍ମାଟ ବଦଳରେ ଟ୍ୱେଣ୍ଟି -୨୦ ଫର୍ମାଟରେ ଖେଳାଯିବ । ସେହିପରି କୁଚବିହାର ଟ୍ରଫିର ନକଆଉଟ ପର୍ଯ୍ୟାୟ ବେଙ୍ଗାଲୁରୁ ଓ ମହୀଶୂରରେ କେଳାଯିବ । ୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଖେଳାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking