26.1 C
Bhubaneswar
Sunday, March 15, 2026
Homeଓଡିଶାନୂଆପଡ଼ା ନିର୍ବାଚନୀ ପ୍ରଚାର ରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ନୂଆପଡ଼ା ନିର୍ବାଚନୀ ପ୍ରଚାର ରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ରହିଛି । ନିର୍ବାଚନ ପ୍ରଚାରରେ ବିଜେପି ର ବହୁ ନେତା,ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀ ପ୍ରଚାର ର ମଙ୍ଗ ଧରିଛନ୍ତି । ତେବେ ଭୋଟ ପ୍ରଚାରରେ ଓଡ଼ିଶା ସରକାର ଙ୍କ ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନୂଆପଡାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର କରିଛନ୍ତି । ନୂଆପଡ଼ା ବ୍ଲକ ଯୋଗେଶ୍ୱର ମଣ୍ଡଳ ୯ ନମ୍ବର ଜୋନ୍ ସାଇପଲା ଗ୍ରାମପଞ୍ଚାୟତରେ ବିଶାଳ ବାଇକ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଶହ ଶହ ଯୁବକ ଓ ସ୍ଥାନୀୟ ନେତୃବୃନ୍ଦ ଏହି ବିଶାଲ ବାଇକ ରାଲି ରେ ସାମିଲ ହୋଇଥିଲେ । ପରେ ନୂଆପଡ଼ା କୋଟେନଚୁଆନ ପଞ୍ଚାୟତରେ ଓ ସାଲେପଡ଼ା ୯ ନମ୍ବର ୱାର୍ଡରେ ଦୁଇଟି ସଧାରଣ ସଭାରେ ଯୋଗ ଦେଇଥିଲେ । ଜନସଭା ରେ ଉପସ୍ଥିତ ଜନସାଧାରଣ ଙ୍କୁ ନିଜ ଉଦବୋଧନ ରେ ନରେନ୍ଦ୍ର ମୋଦୀ ସରକାର ଓ ମୋହନ ଚରଣ ମାଝୀ ଙ୍କ ସରକାର ର ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କ ରେ ବୁଝାଇଥିଲେ । ନୂଆପଡ଼ା କୁ ଏକ ବିକଶିତ ସମୃଦ୍ଧ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ଓ ରାଜ୍ୟ ରେ ଚାଲିଥିବା ଡବଲ ଇଞ୍ଜିନ ସରକାର ରେ ଡବଲ ଗତି ର ବିକାଶ ରେ ନୂଆପଡ଼ା କୁ ସାମିଲ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିପୁଳ ସଂଖ୍ୟାରେ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ଘର କୁ ଘର ବୁଲି ବିଜେପି ପ୍ରଚାର ପତ୍ର ବାଣ୍ଟି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସାଂସଦ ନବ ଚରଣ ମାଝୀ, ବିଧାୟକ ଶ୍ରୀ ସନାତନ ବିଜୁଳି ଙ୍କ ସହ ସ୍ଥାନୀୟ ଅନେକ ନେତୃବୃନ୍ଦ ଏବଂ କର୍ମୀ ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking