ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ବହରାଇଚ୍ ଜିଲ୍ଲାର ଫଖରପୁର ଅଞ୍ଚଳର କ୍ଷୌ୍ନ ରାଜପଥର ମଦନ କୋଠି ନିକଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଡମ୍ପର ଟ୍ରକ୍ ଏକ ବାଇକ୍କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ନିର୍ଦ୍ଦୋଶ ଶିଶୁ ସମେତ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି। ସୂଚନା ପାଇ ପୋଲିସ ପହଞ୍ଚି ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି; ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ପୋଲିସର ସୂଚନା ଅନୁଯାୟୀ, ଆଜି ସକାଳେ ଫଖରପୁର ଥାନା ଅଞ୍ଚଳରେ ଥିବା ମଦନ କୋଠି ନିକଟରେ ଏକ ଦ୍ରୁତଗାମୀ ଡମ୍ପର ଏକ ବାଇକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଡମ୍ପରଟି ମଧ୍ୟ ଏକ ଖାଲରେ ଓଲଟି ପଡ଼ିଥିଲା। ଏହି ଘଟଣାରେ ବାଇକ୍ରେ ବସିଥିବା ଦୁଇଜଣ ଯୁବକ, ଜଣେ ମହିଳା ଏବଂ ଏକ ବର୍ଷୀୟ ଶିଶୁ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି।










