33.1 C
Bhubaneswar
Tuesday, October 6, 2026
Homeଓଡିଶାଘରୁ ଥାନାକୁ ଆସିଲା ମୃତଦେହ

ଘରୁ ଥାନାକୁ ଆସିଲା ମୃତଦେହ

ବିନିକା: ବରପଦର ଗାଁରେ ମୃତଦେହକୁ ଗ୍ରହଣ କଲେନାହିଁ ପରିବାର। ୮ଘଣ୍ଟା ହେଲା ଥାନାରେ ପଡିରହିଛି ଶବ, ଗ୍ରହଣ କରୁନାହାନ୍ତି ପରିବାର ଲୋକ। ମହାପ୍ରୟାଣ ଗାଡ଼ିରେ ମୃତଦେହ ଧରି ବିନିକା ଥାନାରେ ପହଞ୍ଚିଲେ ସ୍ତ୍ରୀ ଓ ପୁଅ। ଘରୋଇ କଳହକୁ ନେଇ ମୃତଦେହ ଗ୍ରହଣ କରିନଥିବା ସୂଚନା ମିଳିଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ମୃତ୍ୟୁ ପରେ ଗାଁକୁ ଯାଇଥିଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବରପଦର ଗାଁରେ। ସୂଚନା ଅନୁଯାୟୀ, ବରପଦର ଗାଁର ପ୍ରମୋଦ ବାଗ (୩୮ବର୍ଷ) ଅସୁସ୍ଥ ଥିଲେ। ସ୍ୱାମୀକୁ ଭଲ କରିବା ପାଇଁ ସ୍ତ୍ରୀ ଜନନୀ ବାଗ ପ୍ରଥମେ କୁଚିଣ୍ଡା ମେଡିକାଲ ଓ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ପାରିବାରିକ କଳହ ଯୋଗୁଁ ମୃତଦେହକୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ। ସ୍ତ୍ରୀ ଏବଂ ପୁଅ ଗାଁକୁ ମୃତଦେହ ଆଣିଥିଲେ ମଧ୍ୟ ଶେଷକୃତ୍ୟ ପାଇଁ ପରିବାର ଲୋକେ କୌଣସି ସହଯୋଗ କରିନଥିଲେ। ଫଳରେ ନ୍ୟାୟ ଦାବିରେ ମୃତଦେହକୁ ଧରି ଥାନା ପରିସରରେ ଜଗି ରହିଛନ୍ତି ସ୍ତ୍ରୀ ଏବଂ ପୁଅ। ତେବେ ଏନେଇ ପୋଲିସ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବାର ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking