27.1 C
Bhubaneswar
Monday, October 5, 2026
Homeଓଡିଶାଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ: ୨ ଗୁରୁତର

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ: ୨ ଗୁରୁତର

ଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟି ପେଣ୍ଠସ୍ଥିତ ବସ୍‌ଷ୍ଟାଣ୍ଡରୁ ଏକ ଇଙ୍ଗ ଅଘଟଣର ଖବର ସାମ୍ନାକୁ ଆସିଛି । ବସ୍‌ଷ୍ଟାଣ୍ଡର ଏକ ଜଳଖିଆ ଦୋକାନରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏହା ଫଳରେ ଅଗ୍ନିକାଣ୍ଟ ଘଟି ଦୁଇଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗୁରୁତରମାନଙ୍କୁ ଗଙ୍ଗାଧର ବାଡ଼ତ୍ୟା (୫୫) ଓ ରାଜେନ୍ଦ୍ର ବେହେରା (୫୨) ବୋଲି ଚିହ୍ନଟ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଚିକିଟି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେଠାରୁ ୨ ଗୁରୁତରଙ୍କୁ ପୁଣି କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ରାଜେନ୍ଦ୍ରଙ୍କ ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଦୋକାନ ସାର ଖେଳିଯାଇଥିଲା। ହଠାତ ନିଆଁ ସଂସ୍ପର୍ଶରେ ବିସ୍ଫୋରଣ ଘଟି ପୁରା ଦୋକାନ ଜଳି ଉଠିଥିଲା। ଫଳରେ ଦୁଇ ଜଣ ହୋଟେଲ କର୍ମଚାରୀ ଗୁରୁତର ହୋଇଥିଲେ। ରାଜେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ଯାଇ ଗଙ୍ଗାଧାର ବାଡ଼ତ୍ୟା ଗୁରୁତର ହୋଇଥିବା କୁହାଯାଉଛି। ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking