21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଭେନେଜୁଏଲାରେ ୬.୨ ତୀବ୍ରତାର ଭୂକମ୍ପ

ଭେନେଜୁଏଲାରେ ୬.୨ ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ: ଭେନେଜୁଏଲାର ଉତ୍ତରପଶ୍ଚିମରେ ବଡଧରଣର  ଭୂମିକମ୍ପ ଅନୁଭୂତ ହୋଇଛି ।  ଗତରାତି ଓ ଆଜି ସକାଳେ ୪.୯ରୁ ୬.୩ ତୀବ୍ରତାର ୪ଟି  ଭୁକମ୍ପ ଅନୁଭୂତ ହୋଇଥିଲା ।  ଭୁମିକମ୍ପ ଯୋଗୁଁ ବହୁ କୋଠା  ଥରି ଉଠିଥିଲା ।  ଏବଂ ଲୋକମାନେ ଭୟରେ ବାହାରକୁ ଦୌଡି ପଳାଇଥିଲେ ।  ଭୁକମ୍ପର ଝଟକା କାରାକାସ, ମାରାକାଇବୋ, ଅରୁବା , କଲମ୍ବିଆରେ ଅନୁଭୂତ ହୋଇଥିଲା ।  ତେବେ ଦୁଇ ଦେଶରେ ଏନେଇ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ ।  ଭୁକମ୍ପ ଯୋଗୁଁକୋଠାବାଡିକୁ ବିଶେଷ କ୍ଷତି ହୋଇନଥିବା  ଆଭ୍ୟନ୍ତରୀଣ ମନ୍ତ୍ରୀ ଡିୟସଡାଡୋ  କାବାଲୋ କହିଛନ୍ତି ।  ଭୁକମ୍ପର କେନ୍ଦ୍ରସ୍ଥଳ  ଜୁଲିଆ ରାଜ୍ୟର  ମେନେ ଗ୍ରାଣ୍ଡେରୁ  ପ୍ରାୟ ୨୪ କିଲୋମିଟର ପୂର୍ବ ଉତ୍ତରପୂର୍ବର କାରାକାସରୁ ୬୦୦ କିଲୋମିଟର ପଶ୍ଚିମରେ ୭.୮ କିଲୋମିଟର ଗଭୀରତାରେ ଅବସ୍ଥିତ ।  ତୈଳ ପେଣ୍ଠ ଲେକ ମାରାକାଇବାରେ ଝଟକା ଅନୁଭୂତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking